ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଗିବା ଏକ ସ୍ୱାଭାବିକ କଥା। ପ୍ରାୟ ପ୍ରତିଟି ମଣିଷକୁ ରାଗ ଆସିଥାଏ। କିନ୍ତୁ ଅନେକ ସମୟରେ ଏହି ରାଗ ନିଜକୁ କ୍ଷତି ପହଞ୍ଚାଇଥାଏ। କେବେ କେବେ ରାଗ ଯୋଗୁଁ ଜୀବନରେ ବହୁତ କିଛି ହରେଇବାକୁ ପଡ଼ିଥାଏ।

ଅନେକ ସମୟରେ ଅନିଚ୍ଛା ସତ୍ତ୍ୱେ ବି ଆମେ ଅତ୍ୟଧିକ କ୍ରୋଧିତ ହୋଇଥାଉ। ଧୀରେ ଧୀରେ ତାହା ଆମର କାର୍ଯ୍ୟଶୈଳୀ ତଥା ଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଏପରିସ୍ଥଳେ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ।

କ୍ରୋଧ ଆସିବା ସମୟରେ ଯଥାସମ୍ଭବ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଧୀରେ ଧୀରେ ଆପଣ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିପାରିବେ।

ରାଗିବା ସମୟରେ ଆପଣ ଅନ୍ୟ କାହା ପ୍ରତି କଟୁଭାଷା ପ୍ରୟୋଗ କରନ୍ତୁ ନାହିଁ। ଯାହାକୁ ଗାଳି ଦେଉଥିବେ ତା’ କଥା ମଧ୍ୟ ଟିକେ ଶାନ୍ତ ଭାବରେ ବସି ଶୁଣିବାକୁ ଚେଷ୍ଟା କରନ୍ତୁ।

ରାଗିବା ମାତ୍ରେ ଥଣ୍ଡା ପାଣି ପିଅନ୍ତୁ । ନ ହେଲେ ଆପଣଙ୍କର ପସନ୍ଦର କୌଣସି ଗୀତକୁ ମନେ ପକାନ୍ତୁ। ଏହା ରାଗକୁ ନିୟନ୍ତ୍ରଣ କରିବାରେ ଆପଣଙ୍କୁ ସାହାଯ୍ୟ କରିବ।

ଅନେକ ସମୟରେ  ଅର୍ଥହୀନ କଥାରେ ମଧ୍ୟ ଲୋକମାନେ ହଠାତ୍ ରାଗିଯାଆନ୍ତି। ଏପରି ସ୍ଥଳେ ଆପଣ କାହା ଉପରେ ଓ କ’ଣ ପାଇଁ ରାଗିଲେ ତାହା ଚିନ୍ତା କରନ୍ତୁ। ନିଜକୁ ସୁଧାରିବାକୁ ଚେଷ୍ଟା କରନ୍ତୁ।

ଯଦି ରାଗରେ ଆପଣ କାହା ପ୍ରତି କିଛି କଟୁ ବାକ୍ୟ ପ୍ରୟୋଗ କରିଥିବେ, ତେବେ ରାଗ ଶାନ୍ତ ହେବା ପରେ ସେହି ବ୍ୟକ୍ତିଙ୍କୁ କ୍ଷମା ମାଗିନିଅନ୍ତୁ। ଏହାଦ୍ୱାରା ଆପଣମାନଙ୍କ ସଂପର୍କ ପୂର୍ବ ଭଳି ଅତୁଟ ରହିବ।

କାହା ଉପରେ ରାଗିବା ପୂର୍ବରୁ ଟିକେ ଭାବନ୍ତୁ ଯେ ଯଦି ଅନ୍ୟ କେହି ଆପଣଙ୍କ ଉପରେ କ୍ରେଧାନ୍ୱିତ ହୋଇଥାନ୍ତେ ତେବେ ଆପଣଙ୍କୁ କେମିତି ଲାଗିଥାନ୍ତା। ଏହି ଚିନ୍ତନ ଆପଣଙ୍କୁ ଶାନ୍ତ ରଖିବାରେ ସାହାଯ୍ୟ କରିବ।

ରାଗ ଆସିବା ସଭୟରେ ତୁରନ୍ତ ସେହି ସ୍ଥାନ ଛାଡ଼ି ପଳାନ୍ତୁ ।

Comment