ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଫୋକସରେ ରହିଛି ଓଡ଼ିଶା। ଏହା ସ୍ପଷ୍ଟ ହୋଇଛି ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତରୁା ଆସନ୍ତାକାଲି ଅର୍ଥାତ ଏପ୍ରିଲ ୬ରେ ମୋଦି ପୁଣି ଓଡ଼ିଶା ଆସୁଛନ୍ତି। କାଲି ମୋଦିଙ୍କର ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦିଙ୍କ ତୃତୀୟ ଓଡ଼ିଶା ଗସ୍ତ। ମାର୍ଚ୍ଚ୨୯ ତାରିଖରେ ଜୟପୁରଠାରେ ନିର୍ବାଚନୀ ପ୍ରଚାର କରିଥିବା ମୋଦି ଏପ୍ରିଲ ୨ରେ ବି ଭବାନିପାଟଣାରେ ପ୍ରଚାର କରିଥିଲେ।

ଭବାନିପାଟଣାରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ମୋଦି ନବୀନଙ୍କ ନାଁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

କୋରାପୁଟ ଲୋକସଭା ଆସନରେ ବିଜେପି ଏଥର ବରିଷ୍ଠ ନେତା ଜୟରାମ ପାଙ୍ଗୀଙ୍କୁ ପ୍ରାର୍ଥୀ କରିଛିା ସେହିପରି କଳହାଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା।

ଓଡ଼ିଶାରେ ମିଶନ ୧୨୦ର ଲକ୍ଷ୍ୟ ରଖିଛି ବିଜେପି। ଏହି ମିଶନ ମୋଡରେ କାମ କରୁଛି ବିଜେପିା ୧୨୦ଟି ବିଧାନସଭା ସମେତ ୨୧ଟି ଲୋକସଭା ଆସନରେ ପଦ୍ମ ଫୁଟାଇବା ପାଇଁ ମୋଦି ଓଡ଼ିଶା ଉପରେ ଫୋକସ କରିଛନ୍ତି। ଦେଖାଯାଉ ମୋଦିଙ୍କର ଓଡ଼ିଶା ଗସ୍ତ ବିଜେପି ପାଇଁ କେତେ ଫାଇଦା ହେଉଛିା

Comment