ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଲା ୨୦୧୯ ବିଶ୍ୱକପ୍‌ କାଉଣ୍ଟଡାଉନ୍‌। ଗୋଟିଏ ପଟେ ଆଇପିଏଲ୍‌ର ନିଶା ଓ ଅନ୍ୟପଟେ କ୍ରିକେଟ ବିଶ୍ୱକପ୍‌ ପାଇଁ ପ୍ୟାନମାନଙ୍କ ଉତ୍ସାହ, କ୍ରିକେଟ ମାହୋଲ ଗରମ ହେବାରେ ଲାଗିଛି। କିଛି ଦିନ ତଳେ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ପାଇଁ ୧୫ଜଣିଆ ଦଳ ଘୋଷଣା କରିଥିଲା। ଏବେ ପାକିସ୍ତାନ ତା’ର ୨୩ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ଏନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।

ପିସିବି ମୁତାବିକ, ଆସନ୍ତା ୧୫ ଓ ୧୬ ତାରିଖରେ ଏକ ଫିଟନେସ୍ ଟେଷ୍ଟ  ଆୟୋଜିତ କରାଯିବ। ଏହି ଟେଷ୍ଟ୍‌ରେ ଯୋଗ୍ୟ ବିବେଚିତ ହୋଇଥିବା ୧୫ଜଣିଆ ଖେଳାଳିଙ୍କ ନାମ ଆସନ୍ତା ବିଶ୍ୱକପ୍‌ ପାଇଁ ଘୋଷଣା କରାଯିବ।

୨୦୧୯ ବିଶ୍ୱକପ୍‌କୁ ଆଉ ୨ ମାସ ରହିଲା। ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ ଲଣ୍ଡନ ଏବଂ ୱେଲ୍ସରେ ଆୟୋଜିତ ହେବଶକୁ ଥିବା ବେଳେ ଏଥିରେ ମୋଟ ୧୦ଟି ଦେଶ ଭାଗ ନେଇଛନ୍ତି। ଏଥର ବିଶ୍ୱକପ୍‌ରେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ।

ପାକିସ୍ତାନ ସମ୍ଭାବ୍ୟ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆବିଦ୍ ଅଲ୍ଲୀ, ଆସିଫ୍ ଅଲ୍ଲୀ, ଫହୀମ୍ ଅସରଫ୍, ଫକର ଜମାନ୍, ହାରିସ୍ ସୋହେଲ୍, ହାସାନ୍ ଅଲ୍ଲୀ, ଇମାଦ ୱାସିମ, ଇମାମ-ଉଲ-ହକ୍, ଜୁନେଦ୍ ଖାନ୍, ମହମ୍ମଦ ଆବାସ, ମହମ୍ମଦ ଆମୀର, ମହମ୍ମଦ ହଫିଜ୍, ମହମ୍ମନ ହସନେନ୍, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ୍, ଶାଦାବ ଖାନ୍, ଶାହୀନ ଶାହ ଆଫ୍ରିଦି, ଶାନ୍ ମସୁଦ୍, ଶୋହେବ୍ ମଲିକ୍, ଉସାମନ୍ ଶିନୱାରୀ, ୟାସିର୍ ଶାହ।

Comment