ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଫୁଲବାଣୀ ଓ ବ୍ରହ୍ମପୁରକୁ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ମିଳିଲାନି ଅନୁମତି।

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ) : ଫୁଲବାଣୀ ଏବଂ ବ୍ରହ୍ମପୁର ଅଭିମୁଖେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆସିବାର ଥିଲା। ଏହି ଦୁଇଟି ସ୍ଥାନରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥାନ୍ତେ। କିନ୍ତୁ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଯୋଗୀଙ୍କ ହେଲିକପ୍ଟରକୁ ଅନୁମତି ନଦେବାରୁ ସେ ସଭାସ୍ଥଳରେ ପହଞ୍ଚି ପାରି ନଥିବା ବିଜେ ପକ୍ଷରୁ ଅଭିଯୋଗ କରାଯାଇଛି।

ଶେଷରେ ଯୋଗୀ ମୋବଇଲ ଫୋନରେ ଦଳୀୟ କର୍ମୀଙ୍କୁ ଉଦବୋଦନ ଦେଇଥିଲେ। ଯୋଗୀଙ୍କ ମୋବାଇଲ ଫୋନ ଭାଷଣକୁ ସଭାସ୍ଥଳରେ ଲୋକେ ଶୁଣିଥିଲେ।

‘‘ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରୁ ଦିଲ୍ଲୀ ଓ ଗୌହାଟି ଦେଇ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ। ଦୁଇ ଘଣ୍ଟା କାଳ ଅପେକ୍ଷା କରିବା ପରେ ବ୍ରହ୍ମପୁର ଏବଂ ପୁଲବାଣୀକୁ ଯିବା ପାଇଁ ଯୋଗୀଙ୍କ ହେଲିକପ୍ଟରକୁ ଏଟିସି ଅନୁମତି ଦେଇ ନଥିଲା। ଶେଷରେ ମୋଦି ଭୁବନେଶ୍ୱର ଏୟାରପୋର୍ଟରୁ ସମାବେଶ ସ୍ଥଳରେ ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେଇଥିଲେ’’, କହିଥିଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର।

ଯୋଗୀଙ୍କୁ ପାଖରୁ ଦେଖି ତାଙ୍କ ଭାଷଣ ଶୁଣିବା ପାଇଁ ବ୍ରହ୍ମପୁରର ଆମ୍ବପୁଆ ପଡ଼ିଆରେ ଜନସମାଗମ ହୋଇଥିଲା। ବ୍ରହ୍ମପୁର ଲୋକସଭା ଆସନ ଏବଂ ୫ଟି ବିଧାନସଭା ଆସନର ପ୍ରାର୍ଥୀମାନେ ବି ଉପସ୍ଥିତ ଥିଲେ। ହେଲେ ଯୋଗୀ ନ ଆସିବାରୁ ସେମାନେ ନିରାଶ ହୋଇଥିଲେ।

ଯୋଗୀ ମୋବାଇଲ ଫୋନରେ କହିଥିଲେ, ‘‘ବିଜେପି ଏଥର ନିଶ୍ଚିତ ଜିତିବ। ଓଡ଼ିଶା ଏବଂ କେନ୍ଦ୍ରରେ ସରକାର ଗଢ଼ିବା ନିଶ୍ଚିତ। ଦଳୀୟ ପ୍ରାର୍ଥୀମାନେ ଯଶସ୍ୱୀ ହେବେ।’’

ଭୃଗୁ କହିଥିଲେ ଯେ ଯୋଗୀଙ୍କୁ ନେଇ ନିର୍ବାଚନ ପୂର୍ବରୁ ଆଉ ଏକ କାର୍ଯ୍ୟକ୍ରମ କରାଯିବ। ଯୋଗୀ ଆଜି ଆସି ନଥିବାରୁ ଦଳୀୟ କର୍ମୀଙ୍କ ଉପରେ କୌଣସି ନକରାତ୍ମକ ପ୍ରଭାବ ପଡ଼ିବ ନାହିଁ। ବିଜେପି ପ୍ରତି ଲୋକଙ୍କ ସମର୍ଥନ ରହିଛି।

Comment