ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ୨୦ଟି ଦେଶରେ ପାଖାପାଖି ୨୦୦ରୁ ଅଧିକ କିସମର ସେଓ ଉତ୍ପାଦିତ ହୋଇଥାଏ। ସେଥିମଧ୍ୟରୁ ଏମିତି ସେଓ ଅଛି  ଯାହାର ମୂଲ୍ୟ ଶୁଣିଲେ ଗ୍ରାହକ ଆଶ୍ଚର୍ଯ୍ୟ ହେବେ। ଆମେ ଏଠାରେ ବ୍ଲାକ ଡାଇମଣ୍ଡ ସେଓ କଥା କହୁଛୁ।

ସେଓ ମୁଖ୍ୟତଃ ଲାଲ, ସବୁଜ ରଙ୍ଗର ଦେଖାଯାଇଥାଏ। କିନ୍ତୁ ଲୋକେ କେବେ କଳା ରଙ୍ଗର ସେଓ ଦେଖିନଥିବେ। ଏହାକୁ ବ୍ଲାକ ଡାଇମଣ୍ଡ ସେଓ କୁହାଯାଏ, ଯାହାର ରଙ୍ଗ ଦେଖିବାକୁ ବାଇଗଣୀ ପରି। ଏହି ଦୁର୍ଲଭ ସେଓ ବହୁତ କମ୍ ସ୍ଥାନରେ ଦେଖିବାକୁ ମିଳିଥାଏ। କେବଳ ତିବ୍ଦତର ପାହାଡ଼ିଆ ଅଞ୍ଚଳରେ ଏହି ସେଓ ମିଳିଥାଏ। ତିବ୍ଦତରେ ଏହି ସେଓକୁ ‘ହୁଆ ନିୟୁ’ ନାମରେ ପରିଚିତ।

ସମୁଦ୍ର ପତ୍ତନରୁ ୩୧୦୦ ମିଟର ଉଚ୍ଚରେ ସେଓ ଚାଷ କରାଯାଇଥାଏ। ଯେତେ ଅଧିକ ଉଚ୍ଚରେ ଏହି ସେଓ ଚାଷ କରାଯାଇଥାଏ  ତାହାର ତାପମାତ୍ରା ଦିନ ଏବଂ ରାତିରେ ଭିନ୍ନଭିନ୍ନ ରହିଥାଏ। ଦିନରେ ଅଧିକ ଗରମ ସହିତ ସୂର୍ଯ୍ୟାଲୋକରେ ଅତି ବାଇଗଣୀ ରଶ୍ମୀ ମିଳିଥାଏ।

ଅତି ବାଇଗଣୀ ରଶ୍ମୀ ଯୋଗୁଁ ସେଓର ରଙ୍ଗ ଘନ ବାଇଗଣୀ ଦେଖାଯାଏ। ବାଇଗଣୀ ସେଓ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର। ଏହାର ଦାମ୍ ମଧ୍ୟ ଅଧିକ ରହିଥାଏ। ଭାରତରେ ଏହି ବ୍ଲାକ ଡାଇମଣ୍ଡ ସେଓର ଦାମ୍ କେଜି ପିଛା ୫୦୦ ଟଙ୍କାରେ ବିକ୍ରି ହେଉଛି।

Comment