ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଶେଷ ନିଶ୍ୱାସ ଥିବା ଯାଏଁ ମୁଁ ଓଡ଼ିଶାବାସୀଙ୍କ ସହ ଅଛି : ନବୀନ

ନିର୍ବାଚନୀ ମଳୟ ସବୁଠି ବହୁଥିବା ବେଳେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଜୋର ଧରୁଛି ପ୍ରଚାର। ସମସ୍ତ ଦଳ ସେମାନଙ୍କର ଷ୍ଟାର ପ୍ରଚାରକଙ୍କୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି।

ବିଜେଡିର ଷ୍ଟାର ପ୍ରଚାରକ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନୀ ପ୍ରଚାର ଲାଗି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଥିଲେ।

ନବରଙ୍ଗପୁର ଜିଲ୍ଲା ରାଇଘରରେ ଆୟୋଜିତ ସନସଭାକୁ ସମ୍ବୋଧିତ କରିଥିଲେ ବିଜେଡି ସଭାପତି। ଏଠାରେ ସେ ବିଜେଡିକୁ ଭୋଟ ଦେବା ଲାଗି କହିଛନ୍ତି।

ଏହା ସହିତ ନବୀନ କହିଛନ୍ତି, “କାଳିଆ ଯୋଜାନାରୁ ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ। ସାଢେ ଚାରିକୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର। ସେମାନଙ୍କ ସହ ମୁଁ ମୋ ଶେଷ ନିଶ୍ୱାସ ଥିବା ଯାଏଁ ରହିବି। ଚାଷୀଙ୍କ ଲାଗି ଆମ ସରକାର ସଚେତନ। ଆମ ଇସ୍ତାହରରେ ପ୍ରଥମ ସ୍ଥାନରେ ଚାଷୀ ଅଛନ୍ତି। ଶେଷ ନିଶ୍ୱାସ ଯାଇଁ ମୁଁ ଆପଣଙ୍କ ସେବା କରିବି। ମୋତେ ଆପଣ ମାନେ ଆର୍ଶିବାଦ କରନ୍ତୁ।”

ନବୀନଙ୍କ ଏହି ଉଦବୋଧନ ପରେ ଜିଲ୍ଲାରେ ବିଜେଡି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। ସେମାନେ ଏହି ନିର୍ବାଚନୀ ବୈତରଣୀ ପାର ହେବା ଲାଗି ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି।

Comment