ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ସୋମବାର ଇସ୍ତାହାର ପତ୍ର ଜାରି କରିଛି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଇସ୍ତାହାର ଜାରି କରିଛନ୍ତି।

ଏହି ଅବସରରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିଥିଲେ। ବିଜେପିର ସଂକଳ୍ପ ପତ୍ର ୪୮ ପୃଷ୍ଠାର ରହିଛି। ଏହି ସଂକଳ୍ପ ପତ୍ରର ନାମ “ସଂକଳ୍ପିତ ଭାରତ, ସଶକ୍ତ ଭାରତ” ରଖାଯାଇଛି।

“୬ କୋଟି ଲୋକଙ୍କ ସହାୟତାରେ ପ୍ରସ୍ତୁତ ହୋଇଛି ବିଜେପିର ସଂକଳ୍ପ ପତ୍ର। ବିଶ୍ୱ ଅର୍ଥନୀତିରେ ଭାରତ ତୃତୀୟ ସ୍ଥାନରେ ରହିବ”, କହିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ।

୨୦୨୨ ସୁଦ୍ଧା ୭୫ଟି ସଂକଳ୍ପ ପୂରଣ ହେବ ବୋଲି ଏହି ଅବସରରେ କହିଛନ୍ତି ଶାହ।

ଜାଣନ୍ତୁ, ବିଜେପିର ଇସ୍ତାହାରରେ କ’ଣ ରହିଛି ପ୍ରତିଶ୍ରୁତି?

  • ସବୁ ଘରକୁ ଶୌଚାଳୟ ଓ ପାଣି ଯୋଗାଇ ଦିଆଯିବ।
  • ୬୦ ବର୍ଷ ପରେ କ୍ଷୁଦ୍ର ଚାଷୀଙ୍କୁ ପେନସନ ଦିଆଯିବ।
  • ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଆଯିବ।
  • ବ୍ୟବସାୟୀଙ୍କ ପାଇଁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ ଗଠନ କରାଯିବ।
  • ୬୦ ବର୍ଷ ପରେ ଦୋକାନିଙ୍କୁ ବି ମିଳିବ ପେନସନ।
  • କିଷାନ କ୍ରେଡିଟ୍‌ କାର୍ଡରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏଁ ସୁଧ ଛାଡ଼ କରାଯିବ।
  • ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା ହେବ।
  • ଦେଶର ସୁରକ୍ଷା ସହ ସାଲିସ୍‌ କରାଯିବନି।
  • ଆତଙ୍କୀ ମାମଲାରେ ସରକାର ଜିରୋ ଟଲେରାନ୍ସ ନୀତି।
  • ଅନୁପ୍ରବେଶ ଉଦ୍ୟମକୁ ରୋକାଯିବ।
  • ଲ’ କଲେଜ ଓ ମ୍ୟାନେଜମେଣ୍ଟର ସିଟ୍‌ ସଂଖ୍ୟା ବଢ଼ାଯିବ।
  • ଗ୍ରାମୀଣ ବିକାଶ ପାଇଁ ୨୫ କୋଟି ଖର୍ଚ୍ଚ ହେବ।
  •  ରାମ ମନ୍ଦିର ନିର୍ମାଣ ସବୁ ସମ୍ଭବ ବିଚାର କରାଯିବ।
  • ସୌହର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ରାମ ମନ୍ଦିର ନିର୍ମାଣ କରାଯିବ।
  • ଲାଣ୍ଡ ରେକର୍ଡକୁ ଡିଜିଟାଲାଇଜେସନ କରାଯିବ।
  • ୫ କିଲୋମିଟର ଭିତରେ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ।
  • ସବୁ ପରିବାରକୁ ପକ୍କା ଘର ଦିଆଯିବ।
  • ଧାରା ୩୭୦, ୩୫(ଏ) ହଟାଯିବ।

Comment