ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ସୋମବାର ଇସ୍ତାହାର ପତ୍ର ଜାରି କରିଛି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଇସ୍ତାହାର ଜାରି କରିଛନ୍ତି।

ବିଜେପିର ସଂକଳ୍ପ ପତ୍ର ୪୮ ପୃଷ୍ଠାର ରହିଛି। ଏହି ସଂକଳ୍ପ ପତ୍ରର ନାମ “ସଂକଳ୍ପିତ ଭାରତ, ସଶକ୍ତ ଭାରତ” ରଖାଯାଇଛି।

ଏହି ଅବସରରେ ନରେନ୍ଦ୍ର ମୋଦି କହିଛନ୍ତି, “ଘୋଷଣା ପତ୍ରରେ ତିନୋଟି ପ୍ରମୁଖ ବିଷୟ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରବାଦ ଆମର ପ୍ରେରଣା, ଅନ୍ତ୍ୟେଦୟ ଦର୍ଶନ ଓ ସୁଶାସନ ମନ୍ତ୍ର ଅଟେ। ଗୋଟିଏ ବାଡ଼ିରେ ସମସ୍ତଙ୍କୁ ତାଗିଦ କରାଯାଇ ନ ପାରେ। ସେଥିପାଇଁ ସମସ୍ତଙ୍କୁ ସମାନ ଭାବରେ ରଖିବାକୁ ଚେଷ୍ଟା କରିଛୁ।”

ଯେଉଁ କାମ ୫୦-୬୦ ବର୍ଷ ପୂର୍ବରୁ ହେବାର ଥିଲା, ତାହା ତାଙ୍କୁ ୨୦୧୪ ରେ କରିବାକୁ ପଡ଼ିଲା। ସମସ୍ତଙ୍କୁ ସାଙ୍ଗରେ ନେଇ ଯିବାର ଚେଷ୍ଟା କରବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ପରିବର୍ତ୍ତନକୁ ଆମେ ଅଗ୍ରାଧିକାର ଦେଇଛୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଭ୍ରଷ୍ଟାଚାର ଦୂର କରିବାରେ ଆମକୁ ସଫଳତା ମିଳିଛି। ଶାସନ ବ୍ୟବସ୍ଥାରେ କେତେଗୁଡ଼ାଏ ପରିବର୍ତ୍ତନ ଆମେ କରିଛୁ। ୨୦୪୭ ସୁଦ୍ଧା ଦେଶକୁ ବିକାଶଶୀଳରୁ ବିକଶିତ କରିବା ପାଇଁ ଆମେ ଚେଷ୍ଟିତ। ତାହାର ମୂଳଦୁଆ ଆମକୁ ବର୍ତ୍ତମାନଠାରୁ ରଖିବାକୁ ହେବ।”

Comment