ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋରସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଅପରାହ୍‌ଣ ୫ଟାରେ ଅମିତ ଶାହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସିଧାସଳଖ ପୁରୀ ଗସ୍ତ କରିବେ। ସଂଧ୍ୟା ୬ଟାରେ ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ପୁରୀ ବଡ଼ଦାଣ୍ଡରୁ ରୋଡ୍‌ ସୋ’ ଆରମ୍ଭ କରିବେ। ରୋଡ୍‌ ସୋ’ ବଡ଼ଦାଣ୍ଡରୁ ଆରମ୍ଭ ହୋଇ ମାଉସୀ ମା’ ମନ୍ଦିର ଯାଏଁ ହେବ। ଏହାପରେ ଶରଧାବାଲିରେ ଏକ ସଭାରେ ଉଦ୍‌ବୋଧନ ଦେବେ ଶାହ।

ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିବରାଜ ସିଂ ଚୌହନ, ରଘୁବର ଦାଶଙ୍କ ପରି ବରିଷ୍ଠ ନେତା ଆସି ଓଡ଼ିଶାରେ ବିଜେପି ଲାଗି ପ୍ରଚାର କରିସାରିଛନ୍ତି।

ବିଜେପି ୨୦୧୯ ନିର୍ବାଚନରେ ୧୨୦ ପ୍ଲସ ମିଶନକୁ ସଫଳ କରିବା ଲାଗି ବଭିନ୍ନ ରଣନୀତି ଆପଣାଉଛି। ତେବେ ଦେଖିବାକୁ ବାକି ରହିଲା ଏଥର ଜନମତ କାହା ସପକ୍ଷରେ ଯିବ।

Comment