ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହେମଗିରିରେ ଆୟୋଜିତ ବିଶାଳ ସମାବେଶରେ ଉଦବୋଧନ ଦେଇ ନବୀନ ବିଜେପି ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଟାର୍ଗେଟ କରିଛନ୍ତି।

ସ୍ଥାନୀୟ ସାଂସଦ ଜୁଏଲ ଓରାମଙ୍କ ନାଁ ନନେଇ ନବୀନ କହିଥିଲେ, “ଏହି ଅଞ୍ଚଳର ପ୍ରତିନିଧି କେନ୍ଦ୍ର ସରକାରରେ ମନ୍ତ୍ରୀ ରହିଥିଲେ। କିନ୍ତୁ ଏହି ଅଞ୍ଚଳର ସମସ୍ୟା ସମ୍ପର୍କରେ ସେ ତାଙ୍କ ହାଇକମାଣ୍ଡଙ୍କ ସହ ଆଲୋଚନା କରି ନଥିଲେ। କିନ୍ତୁ ଆମ ପାଇଁ ଓଡ଼ିଶାର ଜନସାଧାରଣ ହେଉଛନ୍ତି ହାଇକମାଣ୍ଡ।”

ଏହି ଅବସରରେ ନବୀନ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଥିଲେ। କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଥିବା ନବୀନ କହିଥିଲେ।

“ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ”, କହିଛନ୍ତି ନବୀନ।

କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ନବୀନ କହିଥିଲେ ଯେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଏବଂ ରାଉରକେଲା ଆଇଜିଏଚ ହସ୍ପିଟାଲକୁ ଆଧୁନିକୀକରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ସରକାର। ହେଲେ ସେ ପ୍ରତିଶ୍ରୁତି କୁଆଡ଼େ ଗଲା?

Comment