ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନେତା ପ୍ରଚାର ଜୋର କରିଛନ୍ତି। ଏହି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଆମେଠୀ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଭରିବେ।

ରାହୁଲଙ୍କ ସାଙ୍ଗରେ ମା’ ସୋନିଆ ଗାନ୍ଧି, ଭଉଣୀ ପ୍ରିୟଙ୍କା ଗାନ୍ଧି ରହିବେ। ହଜାର ହଜାର ସମର୍ଥକଙ୍କ ସହ ରାହୁଲ ୩ କିଲୋମିଟରର ରୋଡ ସୋ କରି ପ୍ରାର୍ଥିପତ୍ର ଭରିବେ।

ଆମେଠୀରେ ପଞ୍ଚମ ପର୍ଯ୍ୟାୟରେ ଅର୍ଥାତ୍‌ ମେ ୬ରେ ମତାଦାନ ହେବ।

ଏହା ପୂର୍ବରୁ ରାହୁଲ କେରଳର ୱାୟନାଡ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ସେଠାରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‌ ଗୁରୁବାର ମତଦାନ ହେବ।

ଅମେଠୀ କଂଗ୍ରେସର ଗଡ଼ ରହିଛି। ରାହୁଲ ଏହି ଆସନରୁ ୩ଥର ନିର୍ବାଚିତ ହୋଇଛନ୍ତି। ୨୦୦୪, ୨୦୦୯ ଏବଂ ୨୦୧୪ରେ ରାହୁଲ ଏହି ଆସନରୁ ବିଜୟୀ ହୋଇଛନ୍ତି।

ଏଥର ତାଙ୍କ ବିପକ୍ଷରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ନିର୍ବାଚନ ଲଢ଼ୁଛନ୍ତି।

Comment