ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲାକାନଗିରିରେ ପୁଲିଂ ପାର୍ଟିକୁ ବୁଥ୍‌ ଭିତରେ ତାଲ ପକାଇଛନ୍ତି ଗ୍ରାମବାସୀ।  ଇଭିଏମ୍‌ ଟାମ୍ପରିଂ ଅଭିଯୋଗରେ ଗାଁ ଲୋକେ ପୁଲିଂ କର୍ମଚାରୀଙ୍କୁ ତାଲା ପକାଇଥିବା ସୂଚନା ମିଳିଛି।

ଏମ୍‌ପିଭି- ୬୫ରେ  ଭୋଟିଂ ଶେଷ ପରେ ଇଭିଏମ୍‌ ଟାମ୍ପରିଂ ଅଭିଯୋଗ କରି ୨୦୦ରୁ ଅଧିକ ଗାଁ ଲୋକ କର୍ମଚାରୀଙ୍କୁ ବୁଥ୍‌ ଭିତରେ ତାଲା ପକାଇଛନ୍ତି।

ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ପୋଲିସ କର୍ମଚାରୀ ଉତ୍ତେଜନାକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ଆଜି ପ୍ରଥମ ପଯ୍ୟାୟ ମତଦାନରେ ମାଲାକନଗିରିର ୧୫ଟି ବୁଥ୍‌ରେ ଖଣ୍ଡିଏ ବି ଭୋଟ ମିଳିନାହିଁ। ଆଉ କେତେକ ବୁଥ୍‌ରେ ବିଳମ୍ବରେ ମତଦାନ ହୋଇଥିଲା।

Comment