ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ମହାରାଷ୍ଟ୍ରର ସ୍ଥାନୀୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଛନ୍ତିକି , “ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଭୋଟରଙ୍କୁ ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ ନାଁରେ ନିଜ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ଅପିଲ୍‌ କରୁଛନ୍ତି। ଯାହା ନିର୍ବାଚନ ଆଚାରଣ ବିଧିର ଉଲଘଂନ।”

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଲାତୁରରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ କହିଥିଲେ କି, “ଆପଣ ଏୟାର ଷ୍ଟ୍ରାଇକ୍‌ କରିଥିବା ବ୍ୟକ୍ତିଙ୍କୁ ନିଜର ପ୍ରଥମ ଦେଇପାରିବେ କି?” ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି।

ଏହି ଅଭିଯୋଗ ପାଇବାପରେ ନିର୍ବାଚନ ଆୟୋଗଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଆମକୁ ଅଭିଯୋଗ ମିଳିଛି। ଏହାର ତଦନ୍ତ କରାଯାଉଛି। ”

ଏହାକୁ ନେଇ ବିରୋଧୀ ଭିନ୍ନ ପ୍ରତିକ୍ରିୟା ଦେବା ସହ ଏହି ଘଟଣାକୁ ନିନ୍ଦା କରୁଛନ୍ତି। ଅନ୍ୟପଟେ ବିଜେପି ପକ୍ଷରୁ ଏ ନେଇ ସେଭଳି କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

Comment