ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଏପ୍ରିଲ ୧୩। ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଜାଲିଆନାଓ୍ୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା। ଏହି ଦିନକୁ ୧୦୦ ବର୍ଷ ପୂରଣ ହୋଇଛିା ଏହି ହତ୍ୟାକାଣ୍ଡରେ ଦେଶର ଅନେକ ସ୍ୱାଧୀନତା ସଂଗ୍ରମୀଙ୍କର ମୃତ୍ୟୁ ଘଟିଥିଲା। ୧୦୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସଂଗ୍ରମୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତିା

‘‘୧୦୦ ବର୍ଷ ପୂର୍ବେ ଏହି ଦୁଃଖଦ ଘଟଣା ଘଟିଥିଲା। ଏହା ଭାରତ ଇତିହାସରେ କଳଙ୍କା। ଏହି ଘଟଣାକୁ ଭାରତ କେବେ ଭୁଲି ପାରିବ ନାହିଁ’’, ଟୁଇଟରେ ଲେଖିଛନ୍ତି ରାଷ୍ଟ୍ରପତିା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତିା ‘‘ସହିଦଙ୍କ ତ୍ୟାଗ ଓ ବଳିଦାନଙ୍କୁ ଦେଶ କେବେ ଭୁଲିବ ନାହିଁ। ସେହିମାନଙ୍କ ତ୍ୟାଗ ଆମକୁ ଦେଶ ପାଇଁ କାମ କରିବାକୁ ପ୍ରୋତ୍ସାହନ ଦେଉଛି’’’, ଟୁଇଟରେ ଲେଖିଛନ୍ତି ମୋଦିା

ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅମୃତସର ସ୍ଥିତ ଜାଲିଆନାୱାଲାୱାଗ ମେମୋରିୟାଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ସେଠାରେ ଉପସ୍ଥିତ ଥିଲେ।

ରାହୁଲ ଗାନ୍ଧୀ ମେମୋରିୟାଲ ଭିଜିଟର ବୁକରେ ସନ୍ଦେଶ ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି କି, ସ୍ୱାଧୀନତା ପାଇଁ ମୂଲ୍ୟ ଦିଆଯାଇଥିଲା। ଏହା କେବେ ଭୁଲି ହେବ ନାହିଁ। ରାହୁଲ ରାତିରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ପରିଦର୍ଶନ କରିବେ।

Comment