ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ସୋନାଲି ସାହୁ। ସୋନାଲି ଗୁରୁବାର ଦିନ କଂଗ୍ରେସ ଛାଡ଼ିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିଲେ।

ସୋନାଲି କଂଗ୍ରେସର ମୁଖପାତ୍ର ଥିଲେ। ବୁଧବାର କଂଗ୍ରେସ ଛାଡ଼ିଥିବା ସୋନାଲି ବିଜେପି କାର୍ଯ୍ୟାଳୟରେ ଗୁରୁବାର ପଦ୍ମ ଧରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଉପସ୍ଥିତିରେ କଂଗ୍ରେସ ସୋନାଲି ବିଜେପିରେ ସାମିଲ ହୋଇଥିଲେ।

‘‘କଂଗ୍ରେସ ଦଳରେ ଗଣତନ୍ତ୍ର ବୋଲି କିଛି ନାହିଁ। ରାଜ୍ୟରେ କଂଗ୍ରେସ ଓ ଶାସକ ବିଜେଡି ମଧ୍ୟରେ ସଲାସୁତୁରା ହୋଇଛି। ବିଜେପି ହିଁ ଏକମାତ୍ର ବିକଳ୍ପ ଭାବେ ରାଜ୍ୟରେ ଶାସକ ବିଜେଡିକୁ ପ୍ରତିରୋଧ କରିପାରିବ’’  କହିଛନ୍ତି ସୋନାଲି ସାହୁ।

Comment