ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଗତରାତି ରାତିରେ ମରିଚିକୁଣ୍ଡରୁ ପାଣି ଆସିବାପରେ ଲିଙ୍ଗରାଜଙ୍କ ରଥ ଅନୁକୂଳ ହୋଇଛି। ପ୍ରଥମ କଳସ ପାଣି ରୁକୁଣା ରଥା ପାଇଁ ଆସିଥିବା ବେଳେ ଦ୍ଵିତୀୟ କଳସ ପାଣି ପୁରୀ ରାଣୀଙ୍କ ପାଇଁ ଆସିଥିଲା।

ଆଜି ଭୋରୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଚାଲିଛି। ଭୋରୁ ମଙ୍ଗଳ ଆଳତୀ ଅବକାସ ନୀତି ଚାଲିଛି। ଅପରାହ୍ନ୪ଟାରେ ରଥଟଣା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ରଥଟଣା ବେଳେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ରଥଟଣାକୁ ସୁରୁଖୁରୁରେ ସାରିବା ସହ ଟ୍ରାଫିକ ବ୍ୟବସ୍ଥାକୁ ନିୟତନ୍ତ୍ର କରିବା ପୋଲିସ ଲାଗି ଚ୍ୟାଲେଞ୍ଜ ହୋଇଛି। ଅନ୍ୟପଟେ ସକାଳୁ ସକାଳୁ ଲିଙ୍ଗରାଜରେ ଭକ୍ତଙ୍କ ଗହଳି ପରିଲକ୍ଷିତ ହେଉଛି।

Comment