ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟୁର୍ବେଦରେ ରସୁଣକୁ ଔଷଧ ଭାବେ ବର୍ଣ୍ଣନା କରାଯାଇଛି। ପ୍ରତିଦିନ ଡାଏଟରେ ରସୁଣକୁ ସାମିଲ କଲେ ଅନେକ ଉପକାର ମିଳିଥାଏ। ବିଶେଷ କରି ଖାଲି ପେଟରେ ଏହାକୁ ଖାଇଲେ ସୁଫଳ ମିଳେ।

-ରସୁଣ ଖାଇଲେ ଉଚ୍ଚ ରକ୍ତଚାପରୁ ରକ୍ଷା ମିଳିଥାଏ। ଏହା ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିବାରେ ଖୁବ୍ ସହାୟକ ହୋଇଥାଏ। ତେଣୁ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ଲୋକମାନଙ୍କୁ ଖାଲି ପେଟରେ ରସୁଣ ଖାଇବାକୁ କୁହାଯାଇଥାଏ।

-କୋଷ୍ଠକାଠିନ୍ୟ ପରି ପେଟ ସମ୍ବନ୍ଧୀୟ ସମସ୍ୟା ଥିଲେ ରସୁଣ ଖୁବ୍ ଉପାଦେୟ ସାବ୍ୟସ୍ତ ହୋଇଥାଏ। ପାଣି ଗରମ କରି ସେଥିରେ କିଛି କୋଲା ରସୁଣ ପକାନ୍ତୁ। ସକାଳୁ ଖାଲି ପେଟରେ ସେହି ପାଣିକୁ ପିଇଲେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ।

-ରସୁଣ ଖାଇଲେ ହୃଦରୋଗ ସହିତ ସଂପର୍କିତ ସମସ୍ୟା ମଧ୍ୟ କମିଥାଏ। ରସୁଣ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏନାହିଁ। ତେଣୁ ହୃଦଘାତ ହେବାର ଆଶଙ୍କା କମିଯାଏ।

-ଖାଲି ପେଟରେ କିଛି କୋଲା ରସୁଣ ଚୋବାଇ ଖାଇଲେ ହଜମ ସମସ୍ୟା ଦୂର ହୋଇଥାଏ। ଭୋକ ବି ଲାଗିଥାଏ।

-ଏହାଛଡ଼ା ଥଣ୍ଡା, କାଶ, ଆଜମା, ନିମୋନିଆ, ବ୍ରୋଙ୍କାଇଟିସ୍ ଭଳି ରୋଗ ପାଇଁ ମଧ୍ୟ ରସୁଣ ଉପାଦେୟ ସାବ୍ୟସ୍ତ ହୋଇଥାଏ।

Comment