ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଭୁବନେଶ୍ୱରରେ ଏକ ରୋଡ ସୋ କରିବେ।ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମୋଦି
୧୬ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ସେ ଏକ ସାଧାରଣ ସଭାରେ ଯୋଗ ଦେବେ। ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ବିମାନ ବନ୍ଦରରୁ ମୋଦି ଶିରିପୁର ଛକ ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବେ।

ଭୁବନେଶ୍ବରରେ ସଭା ସାରି ମୋଦି ସମ୍ବଲପୁର ଯିବେ ଓ ସେଠି ଏକ ନିର୍ବାଚନ ସଭାରେ ଭାଷଣ ପ୍ରଦାନ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ବର ଓ ସମ୍ବଲପୁର ଲୋକସଭା ଆସନ ଓ ତା ଅଧୀନରେ ଆସୁଥିବା ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ  ୨୩ରେ ଭୋଟ ଗ୍ରହଣ କରାଯିବ।

ଗତ ଥର ଯେତେବେଳେ ମୋଦି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିଥିଲେ ନବୀନ ପଟ୍ଟନାୟକ ସରକାରକୁ ସମାଲୋଚନା କରିଥିଲେ ଓ କହିଥିଲେ ଯେ ଡବଲ ଇଞ୍ଜିନ ଲାଗିଲେ ହିଁ ଓଡ଼ିଶାର ପ୍ରକୃତ ବିକାଶ ହୋଇପାରିବ।

Comment