ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ ଉପରକୁ ଅଣ୍ଡାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ହାଇଟେକ ବସରେ ବଲାଙ୍ଗିର ରୋଡ ସୋ’ ସାରି ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଲୋଇସିଂହାର ସାଲେଭଟ୍ଟାଠାରେ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି।

ଏହି ଘଟଣାରେ ପୋଲିସ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଏବଂ ତାଙ୍କ ସମର୍ଥକଙ୍କୁ ଅଟକ ରଖିଛି।

ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିରରେ ରୋଡ ସୋ’ କରିଥିଲେ। ବଲାଙ୍ଗିର ପରେ ମୁଖ୍ୟମନ୍ତ୍ରୀ ଲୋଇସିଂହା ନିର୍ବାଚନମଣ୍ଡଳୀ ଯାଇଥିଲେ। ସେଠାରେ ରୋଡ ସୋ’ ସାରିବା ପରେ ବରଗଡ଼ ଅଭିମୁଖେ ବାହାରିଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍।

ହେଲେ ସାଲେଭଟ୍ଟାଠାରେ କାରକେଡ ଉପରକୁ ଅଣ୍ଡାମାଡ଼ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ହେଲେ ଅଣ୍ଡାମାଡ଼ କେମିତି ହେଲା ତାହା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଛି।

ଅଣ୍ଡାମାଡ଼ ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା।

Comment