ଓଡ଼ିଶାଲାଇଭ୍ ବ୍ୟୁରୋ

ରାଗିବା ଏକ ସ୍ୱାଭାବିକ କଥା। ପ୍ରାୟ ପ୍ରତିଟି ମଣିଷକୁ ରାଗ ଆସିଥାଏ। କିନ୍ତୁ ଅନେକ ସମୟରେ ଏହି ରାଗ ନିଜକୁ କ୍ଷତି ପହଞ୍ଚାଇଥାଏ। ଆମ ଜୀବନ ଶୈଳୀ ଉପରେ ନିର୍ଭର କରେ ସବୁକିଛି। ଏମିତିକି ଆପଣଙ୍କୁ ରାଗ (କ୍ରୋଧ) ଆସିବା ବି ଜୀବନ ଶୈଳୀ ସହ ସମ୍ପର୍କିତ ଏବେ ରାଗ ଆସିବା ଏକ ବଡ଼ ସମସ୍ୟା ପାଲଟିଛି। କ୍ରୋଧର କାରଣ ଓ ଏଥିରୁ ନିବୃତ ରହିବା ପାଇଁ କିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ।

ବୈଜ୍ଞାନିକଙ୍କ କହିବାନୁସାରେ, କ୍ରୋଧ ଆମର ଭାବନାକୁ ବ୍ୟକ୍ତ କରିବାର ମାଧ୍ୟମ। ଆମେ ଯେତେବେଳେ ଅଧିକ ବ୍ୟସ୍ତ ହୋଇଯାଆନ୍ତି ବା ଆମ ମନରେ କୌଣସି ଭୟ ଆସିଯାଏ ବା ଆମକୁ କୌଣସି ଜିନିଷ ହରାଇବାର ଭୟ ଆସିଯାଏ, ସେହି ଭୟର ସାମ୍ନା କରିବାର ଉପାୟ ଦେଖାଯାଏ ନାହିଁ, ଆଉ ଆମକୁ ରାଗ ଆସିଥାଏ। ଅନେକ ସମୟରେ ଏମିତି ହୁଏ ଆମେ କାହାକୁ ନିଜ କଥା ବୁଝାଇବାକୁ ଚାହାନ୍ତି, କିନ୍ତୁ ଅନ୍ୟ ବ୍ୟକ୍ତି ସେହି କଥାକୁ ବୁଝିବା ବଦଳରେ ତା ଉପରେ ବିବାଦ ସୃଷ୍ଟି କରେ। ଏମିତିରେ ଆପଣ ଆପଣଙ୍କର ସ୍ୱଭାବ ଭୁଲି ଯାଆନ୍ତି ଆଉ ତା’ ଉପରେ ରାଗ କରନ୍ତି। କ୍ରୋଧ ସ୍ଥିତିରେ ହର୍ମୋନ୍‌ ପ୍ରଭାବରୁ ଆମର ମସ୍ତିଷ୍କ ଶୂନ୍ୟ ହୋଇଯାଏ, ଯାହାର ପ୍ରଭାବ ଆମର ଚିନ୍ତା କରିବା ଶକ୍ତି ଉପରେ ପଡ଼ିଥାଏ। ଏହି କାରଣରୁ ଆମେ କାହା ସହିତ ଖରାପ ବ୍ୟବହାର କରି ବସନ୍ତି, କିନ୍ତୁ ପରେ ଏହାକୁ ନେଇ ପଶ୍ଚାତାପ କରନ୍ତି।

କ୍ରୋଧର ଲକ୍ଷଣ

ମୁଠା ଶକ୍ତ ହୋଇଯାଏ

ମୁହଁ ଲାଲ୍‌ ହେବାକୁ ଲାଗେ

ଶ୍ୱାସ ପ୍ରଶ୍ୱାସ ଦ୍ରୁତ ହୋଇଯାଏ

ମୁଣ୍ଡ ବିନ୍ଧା ହେବାକୁ ଲାଗେ

ହୃଦସ୍ପନ୍ଦନ ବଢ଼ିଯାଏ

କାନ୍ଧ ଶକ୍ତ ହୋଇଯାଏ

କେମିତି କରିବେ ରାଗକୁ ନିୟନ୍ତ୍ରଣ?

ସାଧାରଣ ଭୋଜନ କରନ୍ତୁ : ଶରୀରର ଯେ କୌଣସି ସମସ୍ୟାର ଆରମ୍ଭ ଆପଣଙ୍କର ଖାଦ୍ୟପେୟ ଉପରେ ନିର୍ଭର କରିଥାଏ। ଅଧିକ ମସାଲାଯୁକ୍ତ ଖାଦ୍ୟ ଆମ ଶରୀର ପାଇଁ କ୍ଷତିକାରକ। ତେବେ ଏହା ଦ୍ଵାରା ଶରୀରରେ ଅଧିକ ଉତ୍ତେଜନା ସୃଷ୍ଟି ହୋଇଥାଏ। ଯାହା ଫଳରେ କ୍ରୋଧର ଆଶଙ୍କା ଅଧିକ ହୋଇଯାଏ। ସେମାନଙ୍କୁ ଅଧିକାଂଶ ସମୟରେ ବିନା ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍।

ବ୍ୟାୟାମ କରନ୍ତୁ : ଯଦି ଆପଣ ବାରମ୍ବାର କ୍ରୋଧ କରୁଛନ୍ତି। ତେବେ କ୍ରୋଧ ସମ୍ପର୍କିତ ରାସାୟନିକର ମାତ୍ରା ଆପଣଙ୍କ ଶରୀରରେ ବଢ଼ି ଚାଲେ। ବିଶେଷଜ୍ଞଙ୍କ ଅନୁସାରେ ଏହାକୁ ଆପଣଙ୍କ ଶରୀରରୁ ବାହାରକୁ ବାହାର କରିବାର ସବୁଠାରୁ ଭଲ ଉପାୟ ହେଲା ବ୍ୟାୟାମ। ଏଥିପାଇଁ ବ୍ୟାୟାମ ପାଇଁ ସମୟ ବାହାର କରନ୍ତୁ। ଯଦି ଆପଣ ସକାଳ ସମୟ ବାହାର କରିପାରୁଛନ୍ତି, ତେବେ ଖୁବ୍‌ ଭଲ କଥା। ଏହି ସମୟରେ ଆପଣ ଦ୍ରୁତ ଗତିରେ ଚଲା ବୁଲା କରନ୍ତୁ।

ସମ୍ପୂର୍ଣ୍ଣ ବିଶ୍ରାମ ନିଅନ୍ତୁ : ମାନସିକ ଦୁଶ୍ଚିନ୍ତା ବା ବ୍ୟତିବ୍ୟସ୍ତତା ଅଧିକ ବଢ଼ିଗଲେ ବି କ୍ରୋଧ ଆସିଥାଏ। ମାନସିକ ଅବସାଦ ଦୂର କରିବାର ସବୁଠାରୁ ଭଲ ଉପାୟ ହେଲା ଭଲ ନିଦରେ ଶୋଇବା। ଏଥିପାଇଁ ପୁରା ସମୟ ଶୁଅନ୍ତୁ।

ନିଶା ଦ୍ରବ୍ୟ ସେବନ ବନ୍ଦ କରନ୍ତୁ : ଯଦି ଆପଣଙ୍କୁ କ୍ରୋଧ ଆସୁଛି ଆପଣ ନିଶା ଦ୍ରବ୍ୟ ସେବନ କରନ୍ତ। ତେବେ ଏହାର ସେବନ ବନ୍ଦ କରି ଦିଅନ୍ତୁ। ନିଶାଦ୍ରବ୍ୟ ସେବନ ମସ୍ତିଷ୍କକୁ ଉତ୍ତେଜିତ କରିଦିଏ।

Comment