ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ ଅନେକ ସମୟରେ ନିଜ ପ୍ରେମକାହାଣୀକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। କେବେ ଐଶ୍ୱର୍ଯ୍ୟା ରାୟଙ୍କ ସହ ତ କେବେ କ୍ୟାଟ୍ରିନାଙ୍କ ସହ ତାଙ୍କ ଆଫେୟାରକୁ ନେଇ ଅନେକ କିଛି କଥା ଶୁଣିବାକୁ ମିଳିଛି। କିନ୍ତୁ ପ୍ରଥମ ଥର ପାଇଁ ସଲମାନ ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି ତାଙ୍କ ସ୍କୁଲ ଟାଇମ୍‌ର କ୍ରସ୍‍ ବିଷୟରେ।

ସଲମାନ ଏକ ସୋ ହୋଷ୍ଟ କରିବା ସମୟରେ ତାଙ୍କୁ ପୁଣିଥରେ ସମାନ ପ୍ରଶ୍ନର ଶିକାର ହେବାକୁ ପଡ଼ିଥିଲା। ଯାହାର ଉତ୍ତର ସଲମାନ କିଛି ଏମିତି ରଖିଥିଲେ, ଭାଇଜାନ କହିଥିଲେ “ଏମିତି ବହୁତ କମ୍‍ ଲୋକ ଥିବେ, ଯିଏ ସ୍କୁଲ ବା କଲେଜ ସମୟରେ ନିଜ ଟିଚରଙ୍କ ପ୍ରେମରେ ପଡ଼ିନଥିବେ। ମୁଁ ସେଥିରୁ ବାଦ୍‍ ପଡ଼ିଥା’ନ୍ତି କିପରି। ଅନେକ ଲୋକ ଏହି କ୍ରସ୍‍ ବିଷୟରେ ସ୍ୱୀକାର କରନ୍ତି ନାହିଁ। କିନ୍ତୁ ମୁଁ ଖୋଲାଖୋଲି ଭାବେ କହୁଛି ଯେ ସ୍କୁଲ ସମୟରେ ମୁଁ ମୋ ଟିଚରଙ୍କ ସହ ବହୁତ ଫ୍ଲର୍ଟ୍ କରୁଥିଲି”,।

ସେ ନିଜ ସାଇକେଲରେ ଟିଚରଙ୍କୁ ବସାଇ ଘରେ ଛାଡ଼ିବା ପାଇଁ ଯାଉଥିଲେ, ଏହା ମଧ୍ୟ ସ୍ୱୀକାର କରିଛନ୍ତି ସଲମାନ।

ବଲିଉଡର ପପୁଲାର ଆକ୍ଟର ସଲମାନ ଖାନ ଏବେ ଅଲ୍ଲୀ ଅବ୍‌ବାସଙ୍କ ସିନେମା ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସିନେମାରେ ହଟ୍‍ ଯୋଡ଼ି କ୍ୟାଟ୍ରିନା ଓ ସଲମାନଙ୍କୁ ପୁଣିଥରେ ରୂପେଲି ପରଦାରେ ଦେଖିବାକୁ ସୁଯୋଗ ପାଇବେ ଫ୍ୟାନ।ମଧ୍ୟପ୍ରଦେଶରେ ଏବେ ଫିଲ୍ମର ସୁଟିଂ ଚାଲିଛି।

ସଲମାନ ଓ କ୍ୟାଟ୍ରିନା କୈଫ୍‍ ଏହାପୂର୍ବରୁ ‘ଟାଇଗର ଜିନ୍ଦା ହେ’ ସିନେମାରେ ଏକାଠି କାମ କରିଥିଲେ। ଏହାଛଡ଼ା ‘ଭାରତ’ରେ ଦିଶା ପାଟାନି, ତବୁ, ସୁନିଲ ଗ୍ରୋବର ଆଦି କଳାକାରମାନେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସିନେମାରେ ଦିଶା ପଟାନି ସଲମାନଙ୍କ ଭଉଣୀ ଭୂମିକାରେ ଅଛନ୍ତି।

Comment