ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ କ୍ରିକେଟ ବିଶ୍ୱକପ୍‌ ପାଇଁ ବିସିସିଆଇ ଘୋଷଣା କଲା ୧୫ ଜଣିଆ ଭାରତୀୟ ଦଳ। ଏହି ତାଲିକାରୁ ଟିମ୍‌ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କୁ ନିରାଶ ହେବାକୁ ପଡ଼ିଛି। ବିସିସିଆର ଚୟନକମିଟି ରିଷଭ ପନ୍ତଙ୍କ ବଦଳରେ ଦିନେଶ କାର୍ତ୍ତିକଙ୍କୁ ଟିମ୍‌ରେ ସାମିଲ କରିଛନ୍ତି। ତେବେ ଏହାପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। ରିଷଭ ପନ୍ତ କାହିଁକି ବିଶ୍ୱକପ୍‌ରୁ ବାଦ୍‌ ପଡ଼ଲେ?

ରିଷଭ ପନ୍ତ ହେଉଛନ୍ତି ଟିମ୍‌ ଇଣ୍ଡିଆର ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ୍‌ ଏବଂ ୱିକେଟକିପର। ବିଗତ ମ୍ୟାଚ୍‌ଗୁଡ଼ିକରେ ପନ୍ତ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆର ଭରସା ଜିତିବାରେ ସକ୍ଷମ ହୋଇଥିଲେ। ବିସିସିଆଇର ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦଙ୍କ କହିବା ମୂତାବିକ, “ଦୂର୍ଭାଗ୍ୟବସତଃ ଭାବେ ରିଷଭ ପନ୍ତ ଟିମ୍‌ରୁ ମିସ୍‌ ହୋଇଛନ୍ତି। ସେ ଜଣେ ଉଚ୍ଚକୋଟୀର ଖେଳାଳୀ।”

ଅନ୍ୟପକ୍ଷରେ ଦିନେଶ କାର୍ତ୍ତିକ ହେଉଛନ୍ତି ଟିମ୍‌ ଇଣ୍ଡିଆର ଜଣେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌। ଟିମ୍‌ ଇଣ୍ଡିଆରେ ଧୋନିଙ୍କ ଆସିବା ପୂର୍ବରୁ ଏବଂ ସୌରଭ ଗାଙ୍ଗୁଲିଙ୍କ ସମୟରେ ଭାରତୀୟ ଦଳରେ ସେ ଖେଳିବା ଆରମ୍ଭ କରିଛନ୍ତି। ତେବେ ଧୋନିଙ୍କ ଅସୁସ୍ଥତା ସମୟରେ ଟିମ୍‌ ଇଣ୍ଡିଆର ଭାର ରିଷଭ ଓ କାର୍ତ୍ତିକ ମଧ୍ୟରୁ କିଏ ଠିକ୍‌ ଭାବେ ସମ୍ଭାଳିପାରିବ ସେ ନେଇ ଚୟନକମିଟି ପ୍ରଶ୍ନ କରିଥିଲେ। ସେଥିଲାଗି ଅଭିଜ୍ଞ କ୍ରିକେଟ୍‌ରେ ଭାବେ କାର୍ତ୍ତିକଙ୍କୁ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଥିବା ବିସିସିଆଇର ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ କହିଛନ୍ତି। ବିଶ୍ୱକପ୍‌ରେ ଦିନେଶ କାର୍ତ୍ତିକ ଉପ-ୱିକେଟକିପର ଭାବେ ଖେଳିବେ।

ରିଷଭ ପନ୍ତଙ୍କ ସହିତ ଅମ୍ବାତି ରାୟଡୁଙ୍କୁ ମଧ୍ୟ ବିଶ୍ୱକପ୍‌ ପାଇଁ ନିରାଶ ହେବାକୁ ପଡ଼ିଛି। ଅଷ୍ଟ୍ରେଲିଆ ଦିନିକିଆ ଏବଂ ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ ଯୋଗୁଁ ରାୟଡୁ ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଛନ୍ତି। ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଯାଉଛି ୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌।

Comment