ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଚନ୍ଦେଲ ରାଜାଙ୍କ ଗଡ଼ଥିବା ଝାନସି ଗତ ନିର୍ବାଚନରେ ବିଜେପି ପାଖକୁ ଯାଇଥିଲା। ଝାନସି ଚନ୍ଦେଲ ରାଜାଙ୍କ ଗଡ଼ଥଲା ସତ ମାତ୍ର ତାହା ବିରତ୍ୱ ଓ ତ୍ୟାଗର ପ୍ରତୀକ ରାଣୀ ଲକ୍ଷ୍ମୀବାଇଙ୍କ ଲାଗି  ସବୁଠି ପରିଚିତି ହାସଲ କରିଛି।

ଉତ୍ତର ପ୍ରଦେଶରେ ୮୦ଲୋକସଭା ଆସନ ମଧ୍ୟରୁ ୪୬ ନମ୍ବରରେ ଝାନସି ଲୋକସଭା ଆସନ ଆସୁଛି। ଏହି ଲୋକସଭା ଆସନ ମଧ୍ୟରେ ୫ଟି ବିଧାନସଭା ଆସନ ଆସୁଛି।

୨୦୧୪ର ଜନାଦେଶ

୨୦୧୪ ନିର୍ବାଚନରେ ବିଜେପି ଏଠାରେ ବହୁମତ ହାସଲ କରିଥିଥିଲା। ଏହପରେ ଉମା ଭାରତୀ ସାଂସଦ ବନିଥିଲେ। ତେବେ ଏହି ନିର୍ବାଚନରେ ସମାଜବାଦି ପାର୍ଟି ଦ୍ୱିତୀୟ ଓ ବହୁଜନ ସମାଜବାଦି ପାର୍ଟି ତୃତୀୟ ସ୍ଥାନ, କଂଗ୍ରେସ ଚତୁର୍ଥ ସ୍ଥାନରେ ଥିଲେ। ୨୦୧୪ ନିର୍ବାଚନରେ ୧୯୩୨୦୫୨ ଭୋଟର ଭୋଟ ଦେଇଥିଲେ।

ଝାନସିରେ ୧୯୫୨ରେ ପ୍ରଥମ ଥର ଲାଗି ଲୋକସଭା ନିର୍ବାଚନ ହୋଇଥିଲା। ପ୍ରଥମ ନିର୍ବାଚନରେ କଂଗ୍ରେସ ଏଠାରେ ଜିତ ହାସଲ କରିଥିଲା।  ତାପରଠୁ ୧୯୭୭ ପର୍ଯ୍ୟନ୍ତ ସେହି ଆସନ କଂଗ୍ରେସ କବଜାରେ ଥିଲା।

୧୯୮୯ରେ ପ୍ରଥମ ଥର ଲାଗି ବିଜେପି ଏଠାରେ ଜିତିଥିଲା ଏହାପରେ ୧୯୯୮ ପର୍ଯ୍ୟନ୍ତ ବିଜେପି ସପକ୍ଷରେ ଝାନସିରେ ଜନାଦେଶ ଯାଇଥିଲା। ଏହାପରେ ରାଜେନ୍ଦ୍ର ଅଗ୍ନିହୋତ୍ରା ଏଠାରୁ ୪ଥର ସାଂସଦ ହୋଇଥିଲେ।  ମାତ୍ର ୧୯୯୯ ପୁଣି ସେଠାରେ ଲୋକଙ୍କ ମୁଡ ବଦଳିଥିଲା ଓ କଂଗ୍ରେସ ବହୁମତ ପାଇଥିଲା। ୨୦୦୪ରେ ସମାଜବାଦି ଦଳ ଏଠାରୁ ପ୍ରଥମଲାଗି ନିର୍ବାଚନ ଜତିଥିଲା। ୨୦୦୯ରେ କଂଗ୍ରେସ ପୁଣି ଏଠାରୁ ନିର୍ବାଚନ ବୈତରଣୀ ପାର ହେବାରେ ସଫଳ ହୋଇଥିଲା।

ତେବେ ଝାନସି ଲୋକସଭା ଆସନର ଇତିହାସ ଦେଖିଲେ ମନେ ହେଉଛି ଏଠାରେ କାହୁକୁ ବହୁମତ ମିଳିବ କାହା ସପକ୍ଷରେ ଜନାଦେଶ ଯିବ ତାହା କହିବା କଷ୍ଟ। ତେବେ ଦେଖିବାକୁ ବାକି ରହିଲା ଏଠାରେ ମେଣ୍ଟ ଦଳସପକ୍ଷରେ ଜନାଦେଶ ଯାଉଛି ନା ଦ୍ୱିତୀୟ ଥର ଲାଗି ପୁଣି ଏଠାରୁ ପଦ୍ମ ଫୁଟୁଛି।

Comment