ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଝାରସୁଗୁଡ଼ାରେ ମୋଦି

ମୋଦି ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସେଠାରୁ ହେଲିକାପ୍ଟର ଯୋଗେ ସମ୍ବଲପୁର ରେମେଡ ଛକ ନିକଟସ୍ଥ ଜଳାନ ଇଷ୍ଟେଟ ଟ୍ରକ ଟର୍ମିନାଲ ପଡ଼ିଆରେ ପହଞ୍ଚିବେ। ସେଠାରେ ବିଜୟ ସଂକଳ୍ପ ଶୋଭାଯାତ୍ରାରେ ଯୋଗ ଦେବେ। ସେଠାରେ ମୋଦିଙ୍କର ୪୫ ମିନିଟର କାର୍ଯ୍ୟକ୍ରମ ରହିଛି।

ଇସିଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି

ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଓ ଦିନକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ଏହାରି ଭିତରେ ଦେଶର ୫୦ରୁ ଅଧିକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି।

ବିଜେପିର ହାଇଭୋଲଟେଜ ପ୍ରଚାର,  ଆସୁଛନ୍ତି ମୋଦି

ଦ୍ଵିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ବିଜେପି ପକ୍ଷରୁ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱରରେ ଏକ ରୋଡ ସୋ କରିବେ। ଦଳୀୟ ପ୍ରାର୍ଥୀଙ୍କ ଲାଗି ମୋଦି ପ୍ରଚାର  କରିବେ। ରୋଡ ସୋ ପୂର୍ବରୁ ସମ୍ବଲପୁରରେ ଏକ ବିଜୟସଂକଳ୍ପ ଶୋଭାଯାତ୍ରାରେ ଯୋଗ ଦେବେ ମୋଦି।

ଆଉ ଦିନିକ ପରେ ଦ୍ଵିତୀୟ ପ୍ରର୍ଯ୍ୟାୟ ନିର୍ବାଚନ, ଆଜି ସରୁଛି ପ୍ରଚାର

ଆଉ ଦିନକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ। ହାତରେ ଆଉ ଅଳ୍ପ ସମୟ ବାକିଥିବାରୁ ତିନି ପ୍ରମୁଖ ଦଳ (ବିଜେପି, ବିଜେଡି,କଂଗ୍ରେସ)ସେମାନଙ୍କର ପ୍ରଚାରକୁ ଜୋରସୋର କରିଛନ୍ତି। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟରଙ୍କୁ ହାତେଇବା ଲାଗି ଆଜି ପ୍ରାର୍ଥୀଙ୍କ ହାତରେ ଶେଷ ସୁଯୋଗ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଟ୍ରାଫିକ୍ ନିୟମରେ ପରିବର୍ତ୍ତନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତ କରୁଛନ୍ତି। ମୋଦିଙ୍କ ଗସ୍ତଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୬୦ ପ୍ଲାଟୁନ ପୋଲସ ଫୋର୍ସ ସହିତ ୧୩୦ ପୋଲିସ ଅଫିସର ନିୟୋଜିତ ହେବେ। ପ୍ରଧାନମନ୍ତ୍ରୀଙ୍କ ଲାଗି ବ୍ଲୁ ହୁକ୍ ସୁରକ୍ଷା ବ୍ୟବସ୍ଥା ରହିବ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

Comment