ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତ କରୁଛନ୍ତି। ମୋଦିଙ୍କ ଗସ୍ତଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୬୦ ପ୍ଲାଟୁନ ପୋଲସ ଫୋର୍ସ ସହିତ ୧୩୦ ପୋଲିସ ଅଫିସର ନିୟୋଜିତ ହେବେ। ପ୍ରଧାନମନ୍ତ୍ରୀଙ୍କ ଲାଗି ବ୍ଲୁ ହୁକ୍ ସୁରକ୍ଷା ବ୍ୟବସ୍ଥା ରହିବ।

ଏସପିଜିର ଆଇଜି କ୍ୟାମ୍ପ କରିବା ସହ ସ୍ଥାନୀୟ ପୋଲିସ ମଧ୍ୟ ନିୟୋଜିତ ରହିବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି।

ଏହାସହିତ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଥିବାରୁ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାଫିକ ନିୟମରେ ପରିବର୍ତ୍ତନ କରାଯାଇଛି। ବିମାନବନ୍ଦରୁ ବାହାରିବା ପରେ ଏନଏଚରେ ପ୍ରଧାନମନ୍ତ୍ରୀ ରୋଡ ସୋ କରି ବରମୁଣ୍ଡା ପଡ଼ିଆରେ ଉଦବୋଧନ ଦେବେ। ସେଥିଲାଗି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜାରି ଜାରି କରାଯାଇଛି। ଏହି ସମୟରେ ଏନଏଚରେ ଭାରି ଓ ହାଲୁକା ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି।

Comment