ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆଉ ଦିନକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ।

ହାତରେ ଆଉ ଅଳ୍ପ ସମୟ ବାକିଥିବାରୁ ତିନି ପ୍ରମୁଖ ଦଳ (ବିଜେପି, ବିଜେଡି,କଂଗ୍ରେସ)ସେମାନଙ୍କର ପ୍ରଚାରକୁ ଜୋରସୋର କରିଛନ୍ତି। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟରଙ୍କୁ ହାତେଇବା ଲାଗି ଆଜି ପ୍ରାର୍ଥୀଙ୍କ ହାତରେ ଶେଷ ସୁଯୋଗ। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼,କନ୍ଧମାଳ,ଆସିକା,ବଲାଙ୍ଗିରି ସହ ଏହା ଅଧିନ ଥିବା ୩୫ଟି ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ହେବ।

ମଙ୍ଗଳବାର ସଂଧ୍ୟାରୁ ଦ୍ଵିତୀୟ ପର୍ଯ୍ୟାୟ ଲାଗି ପ୍ରଚାର ବନ୍ଦ ରହିବ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ମତଦାନ ଶେଷ ହେବାର ୪୮ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯିବ। ସେହିଅନୁସାରେ ନିୟମ ପାଳନ ଲାଗି ସଂପୃକ୍ତ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କୁ ଅବଗତ କରାଯାଇଛି।

Comment