ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

୨ଟି ବୁଥରେ ସାନି ମତଦାନ ହେବ। ଏ ନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ନୋଟିସ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ବେଳେ କିଛି ବୁଥରେ ଇଭିଏମ ଟ୍ୟାମ୍ପରିଂ ସହ ମତଦାନ ବେଳେ ବିଭ୍ରାଟ ନେଇ ଅଭିଯୋଗ ଆସିଥିଲା। ଯାହାପରେ ରାଜ୍ୟ ନିର୍ବାଚନ ଅଧିକାରୀ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀଙ୍କୁ ସାନି ମତଦାନ ଲାଗି ଜଣାଇଥିଲେ।

ମାଲକାନଗିର ଜିଲ୍ଲା ଏମପିଭି ୬୫ରେ ୨୫୪ ନମ୍ବର ବୁଥରେ ସାନି ମତଦାନ ହେବ। ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୧୮ତାରିଖରେ ସେଠାରେ ସାନି ମତଦାନ ହେବ।

ଏହାସହିତ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥରେ ମଧ୍ୟ ସେ ୧୮ରେ ପୁଣିଥରେ ନିର୍ବାଚନ ହେବ। ଦୁଇଟିଯାକ ବୁଥରେ ମତଦାନ ବେଳେ ବିଭ୍ରାଟ ଅଭିଯୋଗ ପରେ ସେଠାରେ ସାନି ମତଦନା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ କରାଯାଇଛି।

Comment