ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏପ୍ରିଲ ୧୮ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିଲାବେଳେ ରାଜଧାନୀ ଭୁବନେଶ୍ୱରରେ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛିା  ବିଜେପି ବିଧାୟକିା ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପ୍ରଚାର ବେଳେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛିା

ନୀଳାଦ୍ରି ବିହାର ମଙ୍ଗଳା ବସ୍ତିରେ ପ୍ରଚାର ବେଳେ ଏହି ଘଟଣା ଘଟିଛିା ଏହି ଆକ୍ରମଣରେ ୯ ଜଣ କର୍ମୀ ଆହତ ହୋଇଥିଲାବେଳେ ୨ ଜଣ ଗୁରତର ଥିବା ସୂଚନା ମିଳିଛିା

ଘଟଣାପରେ  ଚନ୍ଦ୍ରଶେଖରପୁର ଥାନାରେ ବିଜେପି କର୍ମୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସୀ ମଞ୍ଜରୀ ରାୟ ପାଢ଼ୀଙ୍କ ଅବସ୍ଥା ଆକ୍ରମଣରେ ଗୁରୁତର ଅଛିା ସେହିପରି ଆକ୍ରମଣରେ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଗୁରୁତର ଅଛନ୍ତିା

ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତର ଆସନର ବିଜେପି ବିଧାୟିକା ପ୍ରାର୍ଥୀ। ଏହି ଆସନରେ ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ ୨୩ ତାରିଖରେ ମତଦାନ ହେବା

Comment