ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରଜରେ ପରଦାକୁ ଆସିବ ଫିଲ୍ମ ତୁ ମୋ ଲଭଷ୍ଟୋରୀ-୨। ନିକଟରେ ଏହି ଫିଲ୍ମର ଶୁଭ ମହୁରତ ମୟୁରଭଞ୍ଜରେ ଶେଷ ହୋଇଛି।

ଶୁଭେନ୍ଦୁ ସାହୁ ପ୍ରଯୋଜିତ ଏହି ଫିଲ୍ମରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଗରିଆ। ଏହି ଫିଲ୍ମରେ ତୁ ମୋ ଲଭଷ୍ଟୋରୀର ଷ୍ଟାର ସ୍ଵରାଜ ଓ ଭୂମିକାଙ୍କୁ ପୁଣିଥରେ ଏକାସଙ୍ଗେ ଦେଖିବାକୁ ପାଇବେ ଦର୍ଶକ। ଏହାସହିତ ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ।

ଏହି ଫିଲ୍ମରେ ମୋଟ ୬ଟି ଗୀତ ଥିବାନବେଳେ  ସ୍ଵର ସଂଯୋଜନା କରିବେ ପ୍ରେମ ଆନନ୍ଦ। ଫିଲ୍ମର ସୁଟିଂ ଓଡ଼ିଶା ସମେତ ଆଣ୍ଡମାନରେ ହେବାନେଇ ଜଣାପଡ଼ିଛି। ତେବେ ଏହି ଫିଲ୍ମଟି ତୁ ମୋ ଲଭଷ୍ଟୋରୀର ସିକ୍ୟୁଏଲ ନୁହଁ ବୋଲି ନିର୍ଦ୍ଦେଶକ ତାପସ ସରଗରିା ସ୍ପଷ୍ଟ କରିଛନ୍ତି।

Comment