ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏଥର ଏନସିପିରୁ ନିର୍ବାଚନ ଲଢ଼ୁନାହାନ୍ତି ବରିଷ୍ଠ ନେତା ଶରଦ ପାୱାର। ଯେଉଁ ଆସନରୁ ସେ ନିର୍ବାଚନ ଲଢ଼ିଆସୁଥିଲେ ଏଥର ସେହି ଆସନରୁ ତାଙ୍କ ନାତି ନିର୍ବାଚନ ଲଢ଼ିବେ। ଯେଉଁଥିପାଇଁ ଶରଦ ନିଜେ ସେଠାରୁ ଲଢ଼ୁନାହାନ୍ତି।

ପ୍ରଥମେ ଶରଦ ମାଢ଼ା ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲେ। ମାତ୍ର ଏବେ ସ୍ପଷ୍ଟକି ମହାରାଷ୍ଟ୍ରର ମାଭଲ ଆସନରୁ ଶରଦ ପାୱାରଙ୍କ ନାତି ପାର୍ଥ ପାୱାର ନିର୍ବାଚନ ଲଢିବାକୁ ନିଷ୍ପତ୍ତି ହୋଇଛି।

ନାତି ପାଇଁ ଶରଦ ଲୋକସଭା ନିର୍ବାଚନ ଲଢ଼ିବା ଇଛାକୁ ତ୍ୟାଗ କରିଛନ୍ତି। ମାତ୍ର ଏହାର କାରଣ କିଛି ଅଲଗା ଦେଇଛନ୍ତି ଶରଦ। ଶରଦ କହିଛନ୍ତି କି ଗୋଟିଏ ପରିବାରର ତିନିଜଣ ନିର୍ବାଚନ ଲଢ଼ିବା ଠିକ୍ ନୁହଁ। କହିରଖୁଛୁ କି ଶରଦଙ୍କ ଝିଅ ସୁପ୍ରିୟା ସୁଲେ ଓ ନାତି ପାର୍ଥ ଏଥର ନିର୍ବାଚନ ଲଢୁଛନ୍ତି।

ଶରଦଙ୍କ ନାତି ନିର୍ବାଚନ ମଇଦାନକୁ ଆସିବା ପରେ ଏହି ଆସନ ଏବେ ହାଇପ୍ରୋଫାଇଲ ହୋଇଯାଇଛି। ପାର୍ଥଙ୍କ ଟକ୍କର ମାଭଲର ଏବେକା ବିଧାୟକ ତଥା ଶିବସେନା ସାଂସଦ ଶ୍ରୀଂରଙ୍ଗଙ୍କ ସହିତ ହେବ।

ମାଭଲ ଲୋକସଭା ଆସର ରାଜନୈତିକ ସମୀକରଣ କଣ କହୁଛି?

  • ଏଠାରେ ୨୨୯୭୪୦୫ ଭୋଟର ଅଛନ୍ତି
  • ପୁରୁଷ ଭୋଟର ୧୨୦୨୯୧୩
  • ମହିଳା ଭୋଟର ୧୦୯୪୪୫୩
  • ସମଲିଙ୍ଗୀ ଭୋଟର ୪୦
  • ଏହି ଲୋକସଭା ଅଧିନରେ ୬ ବିଧାନସଭା ଆସନ ଅଛି
  • ୨୦୧୪ରେ ୩ଟିରେ ବିଜେପି,୨ଟିରେ ଶିବସେନା, ଗୋଟିଏରେ ରାଷ୍ଟ୍ରବାଦୀ ଦଳ ନିର୍ବାଚନ ଜିତିଥିଲେ

ତେବେ ଏଥର ମାଭଲ ଲୋକସଭା ଆସନ କାହା ହାତକୁ ଯିବ। କାହା ସପକ୍ଷରେ ଜନମତ ରହିବ ତାହା କହିବା କଷ୍ଟ। ମାତ୍ର ରାଜନୈତିଜ୍ଞଙ୍କ ଅନୁସାରେ ଏଠାରେ ମାଭଲରେ ଫାଇଟ ଜୋରଦାର ହେବାକୁ ଯାଉଛି। ଏଠାରେ ଏପ୍ରିଲ ୨୯ରେ ମତଦାନ ହେବ।

Comment