ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସରିଛି ଦ୍ଵିତୀୟ ପର୍ଯ୍ୟାୟ ଲାଗି ପ୍ରଚାର। ଆଜିଠୁ ସବୁଦଳ ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଆରମ୍ଭ କରିବେ। ଏହି କ୍ରମରେ ଆଜି କଟକ ସହରରେ ହେଭିୱେଟ ପ୍ରଚାର ଦେଖିବାକୁ ମିଳିବ।

ବିଜେପି ପ୍ରାର୍ଥୀଙ୍କ ଲାଗି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଟକରେ ରୋଡ ସୋ କରିବେ। ସଂଧ୍ୟାରେ ଅମିତ ଶାହ କଟକରେ ଏହି ରୋଡ ସୋ କରିବେ। କଟକ ବକ୍ସିବଜାରରୁ ଏହି ରୋଡ ସୋ ବାହାରିବ। ପରେ ବାଲିବଜାର, ଶେଖବଜାର ଆଦି ଅଞ୍ଚଳକୁ ରୋଡ ସୋରେ ଯିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହାସହିତ ଏହି ସମୟରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ। ଅନ୍ୟପଟେ ପ୍ରଥମ ଥର ଲାଗି କଟକରେ ଅମିତ ଶାହ ରୋଡ ସୋ କରୁଥିବାରୁ ଦଳୀୟ କର୍ମୀ, ପ୍ରାର୍ଥୀ ଓ ଶୁଭେଛୁ ବେଶ ଉତ୍ସାହିତ ଅଛନ୍ତି।

ସେପଟେ ଅପରାହ୍ନରେ କଟକରେ ବିଜେଡି ସଭାପତି ରୋଡ ସୋ କରିବେ। ଏହାସହିତ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଧ୍ୟ କରିବେ। ତେବେ ସୂଚନାନୁସାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ କଟକରୁ ଆରମ୍ଭ ହୋଇ ଭୁବନେଶ୍ଵରରେ ସରିବ। ଏଥିଲାଗି କମିଶନରେଟ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି।

Comment