ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ତାରିଖରେ ପୁଣି ଆସିବେ ଓଡ଼ିଶା। ଏହି ଦିନ ସେ କେନ୍ଦ୍ରାପଡ଼ା ଯିବେ। କେନ୍ଦ୍ରାପଡ଼ାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ବିଜେଡି ଛାଡ଼ି ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ପାଇଁ ସେ ଟିକେଟ ନେଇଛନ୍ତି। ଏଣୁ ବୈଜୟନ୍ତ ଜିତିବା ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି। ଏଣୁ ବୈଜୟନ୍ତଙ୍କ ପାଇଁ ମୋଦି କେନ୍ଦ୍ରାପଡ଼ା ଆସୁଥିବା କୁହାଯାଉଛି।

ବୈଜୟନ୍ତ ବିଜେପିର ଜଣେ ସାଧାରଣ ନେତା ନୁହନ୍ତି। ସେ ହେଉଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ମୋଦି ଓଡ଼ିଶା ଆସି ଯେଉଁଠି ନିର୍ବାଚନୀ ପ୍ରଚାର କରିଛନ୍ତି ସବୁଠି ବୈଜୟନ୍ତଙ୍କୁ ହିଁ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ଏପ୍ରିଲ ୨୯ରେ ଭୋଟ ଥିବାରୁ ମୋଦି ୨୩ରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଦିନ ମୋଦି ବାଲେଶ୍ୱରରେ ବି ପ୍ରଚାର କରିବେ। ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ। ପ୍ରତାପ ହେଉଛନ୍ତି ବିଜେପିର ବରିଷ୍ଠ ନେତା। ଗତ ୨୦୧୪ ନିର୍ବାଚନରେ ପ୍ରତାପ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏଥର ବି ପ୍ରତାପଙ୍କୁ ପ୍ରାର୍ଥୀ କରିଛି ବିଜେପି।

Comment