ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୟୂରଭଞ୍ଜରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବରିଷ୍ଠ ବିଜେପି ନେତା ରାଜନାଥ ସିଂହ। କରଞ୍ଜିଆ କେନାଲ ପଡ଼ିଆଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ରାଜନାଥ ବିଜେପି ପାଇଁ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଓଡ଼ିଶାର ବିକାଶରେ ବିଜେଡି ସରକାର ବାଧକ ସାଜିଥିବା ରାଜନାଥ କହିଥିଲେ।

ଓଡ଼ିଶାରେ ବିଜେଡି ସରକାରକୁ ବଦଳାଇ ବିଜେପିକୁ ସୁଯୋଗ ଦେବା ପାଇଁ ରାଜନାଥ ଆହ୍ୱାନ ଦେଇଥିଲେ।

ଏହାସହ ମୋଦିଙ୍କୁ  କ୍ଷମତାକୁ ଆଣିଲେ ଦେଶ ସୁରକ୍ଷିତ ରହି ପାରିବ ଏବଂ ଦେଶର ସମ୍ମାନ ଆଗକୁ ବଢିବ ବୋଲି କହିଥିଲେ ରାଜନାଥ। ଏହି ସମାବେଶରେ ଯୋଗ ଦେଇ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ, ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ଉପସ୍ଥିତ ଥିଲେ।

Comment