ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୬ରେ ବାରଣୀସୀ ଲୋକସଭା ଆସନ ଲାଗି ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ନରେନ୍ଦ୍ର ମୋଦିଙ୍କ ପ୍ରାର୍ଥିପତ୍ର ଦାଖଲର ପ୍ରକ୍ରିୟାକୁ ସୁପର ସୋରେ ପରିଣତ କରିବା ଲାଗି ଋଣନୀତି ପ୍ରସ୍ତୁତ କରୁଛନ୍ତି। ୨୦୧୪ରେ ବି ମୋଦି ବିରାଟ ରୋଡ ସୋରେ ଯାଇ ନିଜର ନାମାଙ୍କନ ଦାଖଲ କରିଥିଲେ।

ଏପ୍ରିଲ ୨୫ ଅର୍ଥାତ ପ୍ରାର୍ଥିପତ୍ର ଦାଖଲର ଗୋଟିଏ ଦିନ ପୂର୍ବରୁ ବିଜେପି ଏକ ବିରାଟ ରୋଡ ସୋ କରିବ। ଦଳର ମୁଖପାତ୍ରଙ୍କ ସୂଚନାନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୫ରେ ବାରଣାସୀରେ ପହଞ୍ଚିବେ। ସେଦିନ ଦିନ ୨ଟା ପରେ ସେ ମଦନ ମୋହନ ମାଲବୀୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଯାହାପରେ ଏହି ମେଗା ରୋଡ ସୋ ଆରମ୍ଭ ହେବ। ୫କିମି ପର୍ଯ୍ୟନ୍ତ ଏହି ରୋଡ ସୋ ହେବ।

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବା ବିଶ୍ୱନାଥଙ୍କ ଦର୍ଶନ କରିବେ ଏବଂ ସଂଧ୍ୟାରେ ସେ ଗଙ୍ଗା ଆଳତୀରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ଏପ୍ରିଲ ୨୫ ସଂଧ୍ୟାରେ ବୁଦ୍ଧିଜୀବି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବେ। ପରଦିନ ଅର୍ଥାତ ଏପ୍ରିଲ ୨୬ରେ ମୋଦି ବାରଣାସୀ ଲାଗି ନିଜର ପ୍ରାର୍ଥିପତ୍ର ଦାଖଲ କରିବେ।

Comment