ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସରିଛି ପ୍ରଥମ ୨ଟି ପର୍ଯ୍ୟାୟ ନିର୍ବାଚନ ଏବେ ଫୋକସରେ ବାକି ଦୁଇଟି ପର୍ଯ୍ୟାୟ ନିର୍ବାଚନ। ବିଜେଡି ପ୍ରଚାରର ମଙ୍ଗ ଧରିଥିବା ବିଜେଡି ସୁପ୍ରିମୋ ସାରା ଓଡ଼ିଶାରେ ମାରାଥନ ପ୍ରଚାର କରୁଛନ୍ତି।

ଆଜି ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସଭାପତି। ତାଳଚେର, ପାଲଲହଡ଼ା, ଛେଣ୍ଡିପଦା,ଆଠମଲ୍ଲିକରେ ଆୟୋଜିତ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ।

୧୦.୧୫ରେ ତାଳଚେରରେ ପହଞ୍ଚିବେ ଓ ପରେ ପାଲଲହଡ଼ାରେ ଜନସଭାକୁ ସମ୍ବୋଧିତ କରିବେ ନବୀନ। ସେହପରି ଅପରାହ୍ନରେ ରେଢ଼ାଖୋଲରେ ପ୍ରଚାର କରିବେ ଏବଂ ଏହାପରେ ଦେବଗଡ଼ରେ ପ୍ରଚାର କରିବେ ନବୀନ।

ସେହପରି ପୂର୍ବାହ୍ନ ୪ଟାରେ ମା ସମ୍ବେଲେଇଙ୍କ ଦର୍ଶନ ସହିତ ବିଶାଳ ରୋଡ ସୋ କରିବେ ନବୀନ। ଏହି ସମୟରେ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ଭୋଗ ମାଗିବେ ନବୀନ। ସଭାପତିଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଓ ପ୍ରାର୍ଥୀ ଉତ୍ସାହିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here