ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମେ ୨୩ରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ଏଥର ନୟାଗଡ଼ ବିଧାନସଭା ଆସନ ଲାଗି ମଧ୍ୟ ଭୋଟଗ୍ରହଣ ହେବ। ଶେଷ ଦିନରେ ଜୋର ଧରିଛି ପ୍ରଚାର। କେମିତି ରହିଛି ନୟାଗଡ଼ରେ ପ୍ରଚାରର ମାହୋଲ ଜାଣିବା ଲାଗି ଖଣ୍ଡପଡ଼ା କୃଷ୍ଣପ୍ରସାଦ ଗାଁରେ ପହଞ୍ଚିଥିଲା ଓଡ଼ିଶାଲାଇଭ ଟିମ୍।

ସେଠାରେ ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ନିଜ ସମର୍ଥକଙ୍କ ସହ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଏଥର ନୟାଗଡ଼ ଲାଗି ଅରୁଣଙ୍କୁ ରିପିଟ୍ କରିଛି ବିଜେଡି।

ସେ କହିଛନ୍ତି, “ଲୋକଙ୍କର ଭଲପାଇବା ଆମ ସହ ଆମ ଦଳ ସହ ଅଛି। ଲୋକଙ୍କ ସମର୍ଥନ ଅନେକ ସଂଖ୍ୟାରେ ରହିଛି। ତେଣୁ ମୋର ଆଶା ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିବ।”

”ନବୀନ ପଟ୍ଟନାୟକଙ୍କ ଆସ୍ଥା ଓ ବିଶ୍ୱାସ ଅଛି। ଗତବର୍ଷ ତୁଳନାରେ ନୟାଗଡ଼ରେ ଅଧିକ ବିକାଶ ହୋଇଛି। ନୟାଗଡ଼ ଆଗଉଛି। ନୟାଗଡ଼ କେମିତି ସାରା ରାଜ୍ୟରେ ପ୍ରଗତିର ଗୋଟେ ଉଦାହରଣ ହୋଇପାରିବ ସେଥିପାଇଁ ଆମେ ଦିନରାତି ଏକକରି କାମ କରୁଛୁ। ଏହା ହିଁ ଆମର ପ୍ରତିଶ୍ରୁତି।”  ବୋଲି କହିଛନ୍ତି ଅରୁଣ ସାହୁ।

ମୁଁ ନୟାଗଡ଼ର ସମସ୍ୟା ଲାଗି ଲଢ଼ୁଛି, ବିରୋଧୀ ମୋ ବିରୋଧରେ ଲଢ଼ୁଛନ୍ତି ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ଅରୁଣ ସାହୁ।

ନୟାଗଡକୁ ମୁଖ୍ୟମନ୍ତ୍ରୀ ବହୁତ ଭଲପାଆନ୍ତି। ତେଣୁ ସେ ନୟାଗଡରୁ ୨୦୧୯ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରିଥିଲେ ବୋଲି କହିଛନ୍ତି ଅରୁଣ ସାହୁ।

ତେବେ ଦେଖିବାର କଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ ମଧ୍ୟରୁ ଗୋଟିଏ କୁହାଯାଉଥିବା ନୟାଗଡରେ ଏଥର କାହାର ପଲ୍ଲା ଭାରି ରହୁଛି ଓ କାହା ସପକ୍ଷରେ ଜନାଦେଶ ଆସୁଛି।

LEAVE A REPLY

Please enter your comment!
Please enter your name here