ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀଲଙ୍କାରରେ ଘଟିଛି ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ୮ଟି ଆତ୍ମଘାତୀ ବିସ୍ଫୋରଣ ଘଟିସାରିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ଟୁଇଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ନବୀନ କହିଛନ୍ତି,” ଶ୍ରୀଲଙ୍କାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣକୁ ମୁଁ ତୀବ୍ର ନିନ୍ଦା କରୁଛି। ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ମୋର ସମବେଦନା।”

ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଘଟିଥିବା ଆତଙ୍କବାଦୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୩୫ ଜଣ ବିଦେଶୀ ନାଗରିକ ଥିବା ସୂଚନା ମିଳିଛି। ରବିବାର ସକାଳେ ଇଷ୍ଟର ପର୍ବ ପାଳନ ବେଳେ ଘଟିଥିଲା ଆତ୍ମଘାତୀ ବିସ୍ଫୋରଣ। ୩ ଚର୍ଚ୍ଚ, ୨ଟି ହୋଟେଲ ସହ ଦେଶର ମୋଟ ୮ଟି ସ୍ଥାନରେ ଆତଙ୍କବାଦୀମାନେ ଏହି ବସ୍ଫୋରଣ ଘଟାଇଛନ୍ତି।

ଏହି ପରିସ୍ଥିତିରେ ସାରା ଶ୍ରୀଲଙ୍କାରେ ରାତ୍ରୀକାଳୀନ କର୍ଫ୍ୟୁ ଘୋଷଣା ହୋଇଛି। ସନ୍ଧ୍ୟା ୬ଟାରୁ ସକାଳ ୬ ଯାଏଁ ସାରା ଦେଶରେ କର୍ଫ୍ୟୁ ଲାଗିଛି। ସେହିପରି ଅସ୍ଥାୟୀ ରୂପେ ସୋସିଆଲ ମିଡିଆରେ କଟକଣା ଲାଗିଥିବା ସୂଚନା ମିଳିଛି।

Comment