ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ ଉପରେ ମରଣାନ୍ତକ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି।

ଅନ୍ୟପଟେ ଆହତ ମାଜିଷ୍ଟ୍ରେଟ ଓ ଅନ୍ୟ କର୍ମୀଚାରୀଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଚାଲିଛି। ମାଜିଷ୍ଟ୍ରେଟଙ୍କ ବୟାନ ରେକର୍ଡ କରିଛି ପୋଲିସ।

ମାଜିଷ୍ଟ୍ରେଟଙ୍କ ସୂଚନାନୁସାରେ, “ଆଇଆଇସିଙ୍କ ନିର୍ଦ୍ଦେଶକରେ ଆମେ ଏକ ଫାର୍ମ ହାଉସକୁ ଯାଇଥିଲୁ। ସେଠାରେ ମଦ ଓ ଟଙ୍କା ବଣ୍ଟା ହେଉଥିବା ସୂଚନା ଥିଲା। ସେଠାରେ ପହଞ୍ଚୁ ପହଞ୍ଚୁ ମୁଁ ଓ ମୋର SST ଟିମକୁ କିଛି ଲୋକ ପିଟିଥିଲେ। ଏହି ଆକ୍ରମଣରେ ମୋ ସହ IIC ବିନୟ କୁମାର ଦାସ, ଡ୍ରାଇଭର ବି ଆହତ ହୋଇଛନ୍ତି। ମୋ ଅଣ୍ଟାରେ ଆଘାତ ଲାଗିଛି।”

ସେପଟେ ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣାରେ ପୁରୀ ଏସପି ସୂଚନା ଦେଇଛନ୍ତି, “ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ଯ।ଞ୍ଚ ବେଳେ ଆକ୍ରମଣ ହୋଇଛି। ନିର୍ବାଚନରେ ବାଧା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି।”

ଏ ନେଇ ପିପିଲି ଥାନାରେ ମାମାଲା ହୋଇଛି ଓ ତଦନ୍ତ ଆରମ୍ଭ ହେବା ସହିତ ଜଣଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ଉମାଶଙ୍କର ଦାସ।

“ଏହାସହିତ ଭିଡିଓ ରେକର୍ଡିଂ ଓ ଆହତଙ୍କ ଷ୍ଟେଟମେଣ୍ଟ ରେକର୍ଡ କରାଯାଇଛି। ଯେବି ଦୋଷୀ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ” କହିଛନ୍ତି ପୁରୀ ଜିଲ୍ଲାପାଳ।

ଏ ନେଇ ବିଜେପିର ଏକ ପ୍ରତିନିଧି ଟିମ୍ ସୋମବାର ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିବା ସହ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି।

Comment