ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପିପିଲି ଥାନାରେ ବିଜେଡି ବିଧାୟକ ପ୍ରାର୍ଥି ପ୍ରଦୀପ ମହାରଥୀ। ମହାରଥୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ।

ଫାର୍ମହାଉସରେ SST ଟିମ୍‌ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପଚରାଉଚରା ଆରମ୍ଭ କରିଛି ପୋଲିସ। ଗତକାଲି ରାତିରେ ଫାର୍ମହାଉସରେ ତଦନ୍ତ ବେଳେ ମାଜିଷ୍ଟ୍ରେଟଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଏହାପରେ ନିଜେ ମାଜିଷ୍ଟ୍ରେଟ ଘଟଣା ବାବଦରେ ପ୍ରତିକ୍ରିୟା ଦେଇ ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

ଏହାପରେ ପୁରୀ ଏସପି ଓ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି। ପିପିଲି ଥାନାରେ ପ୍ରଦୀପ ମହାରଥୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

Comment