ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସାରା ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୪ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶା ବ୍ୟତିତ ୧୨ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଲାଗି ଆଜି ମତଦାନ ହେଉଛି। ମଇଦାନରେ ଅଛନ୍ତି ଅନେକ ହେଭିୱେଟ ନେତା, ଯେଉଁମାନଙ୍କ ଆଜି ଭାଗ୍ୟ ପରୀକ୍ଷା କରୁଛନ୍ତି ଜନତା।

ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଅନେକ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁଁ ମତଦାନରେ ବାଧାପ୍ରାପ୍ତ ହୋଇଥିବା ସୂଚନା ଆସୁଛି। ସେହିପରି କେତେକ ସ୍ଥାନରେ ଇଭିଏମ୍‌ ଅଚଳକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ଅନ୍ୟ କେତେକ ସ୍ଥାନରେ ଲୋକେ ଭୋଟ ନଦେଇ ଫେରିଯିବାର ଖବର ଆସୁଛି।

Comment