ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋcourtesy - ani

ବଲିଉଡ ଅଭିନେତା ସନ୍ନି ଦେୱଲ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଓ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ସନ୍ନି ପଦ୍ମ ଧରିଛନ୍ତି।

ବିଜେପିରେ ମିଶିବା ପରେ ସେ କହିଛନ୍ତି ମୋ ବାପା ବିଜେପିରେ କାମ କରିବା ସହ ଅଟଳ ବିହାରୀ ବାଜପେୟୀଙ୍କୁ ସପୋର୍ଟ କରୁଥିଲେ। ମୁଁ ମଧ୍ୟ ମୋଦିଙ୍କୁ ସପୋର୍ଟ କରିବା ସହ ଦଳ ପାଇଁ କାମ କରିବି ବୋଲି କହିଛନ୍ତି ସନ୍ନି ଦେୱଲ। ସନ୍ନି ପଞ୍ଜାବର ଗୁରୁଦାସପୁର ଆସନରୁ ନିର୍ବାଚନ ଲଢ଼ିପାରନ୍ତି।

୨୦୧୪ରେ ଲୋକସଭା ନିର୍ବାଚନରେ ଅଭିନେତା ବିନୋଦ ଖନ୍ନା ଏହି ଆସନରୁ ନିର୍ବାଚନ ଜିତିଥିଲେ। ୨୦୧୭ ଏପ୍ରିଲ ୨୭ରେ ତାଙ୍କର ଦେହାନ୍ତ ହୋଇଥିଲା। ଯାହାପରେ ସେଠାରେ ଉପ ନିର୍ବାଚନ ହୋଇଥିଲା ଯେଉଁଥିରେ ଜାଖଡ଼ ନିର୍ବାଚନ ଜିତିଥିଲେ। ବିନୋଦ ଖନ୍ନା ଏହି ଆସନରୁ ଲଗାତାର ୩ଥର ହେବ ସାଂସଦ ଥିଲେ।

Comment