ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଭୁବନେଶ୍ୱରସ୍ଥିତ ଏରୋଡ୍ରମ କଲୋନୀରେ ଥିବା ୟୁପି ସ୍କୁଲରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଆଜି ନବୀନ ପାଖାପାଖି ୯.୪୦ରେ ବୁଥ ନମ୍ବର ୧୧୨ରେ ପହଞ୍ଚି ନିଜ ମତ ଦେଇଛନ୍ତି।

ଭୋଟ୍ ଦେବା ପରେ ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ।

ଏହାପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଲାଗି ଭଦ୍ରକ, ଯାଜପୁର ଜିଲ୍ଲା ଗସ୍ତ କରିବେ ନବୀନ।

ଏହିସବୁ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ ବିଜେଡି ସଭାପତି।

ଏଥର ପ୍ରଥମଥର ଲାଗି ବିଜେଡି ସଭାପତି ୨ଟି ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି।

ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ହେଉଛି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଏପ୍ରିଲ ୨୯ରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ମେ ୨୩ରେ ବାହାରିବ ରେଜଲ୍ଟ।

LEAVE A REPLY

Please enter your comment!
Please enter your name here