ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏଥର ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତିା ପୂର୍ବ ଦିଲ୍ଲୀ ଲୋକସଭା ଆସନ ପାଇଁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛିା ଦିଲ୍ଲୀର ସମୁଦାୟ ୭ଟି ଆସନରୁ ବିଜେପି ରବିବାର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା।

ସୋମବାର ବିଜେପି ଗମ୍ଭୀରଙ୍କ ସମେତ ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛିା ସେ ହେଲେ ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖି। ଲେଖି ଏଥର ନୂଆଦିଲ୍ଲୀ ପାଇଁ ପ୍ରାର୍ଥୀ ହୋଇଛନ୍ତିା  ୭ଟି ଆସନରୁ ବିଜେପି ୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲାବେଳେ ଆଉ ଗୋଟିଏ ଆସନ ଲାଗି ଏଯାଏଁ ପ୍ରାର୍ଥୀ ଘୋଷଣା ହୋଇନିା

ତେବେ ୨୦୧୪ରେ ଏହି ଆସନ ଲାଗି ବିଜେପି ମହେଶ ଗିରିଙ୍କୁ ପ୍ରାର୍ଥୀ କରିଥିଲା। ମାତ୍ର ଏଥର ମହେଶଙ୍କ ଟିକେଟ କାଟି ବିଜେପି ଗମ୍ଭୀରଙ୍କ ଉପରେ ଭରସା କରିଛିା ଏହି ଆସନରେ ଗମ୍ଭୀରଙ୍କର କଂଗ୍ରେସର ଅରବିନ୍ଦର ସିଂହ ଲଭଲୀ ଓ ଆପର ଅତୀଶଙ୍କ ସହ ଲଢ଼େଇ ହେବ।

ବିଜେପି ପୂର୍ବରୁ କଂଗ୍ରେସ ମଧ୍ୟ ଦିଲ୍ଲୀ ଲାଗି ୬ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଏହି ଆସନରେ ଷଷ୍ଠ ପର୍ଯ୍ୟାୟରେ ଅର୍ଥାତ ମେ ୧୨ରେ ମତଦାନ ହେବା

Comment