ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ସମୟ ପୂର୍ବରୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ତାଲଚେରରେ ଭୋଟ ଦେଇଛନ୍ତି। ୬୦ ନମ୍ବର ବୁଥରେ ଧର୍ମେନ୍ଦ୍ର ପ୍ରଧାନ ଭୋଟ ଦେଇଛନ୍ତି। ସେ ପୋଲିଂ ବୁଥର ଧାଡ଼ିରେ ଛିଡ଼ା ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ତୃତୀୟ ପର୍ଯ୍ୟାୟ ମତଦାତଙ୍କୁ ଶୀଘ୍ର ଓ ନିର୍ଭୟରେ ମତଦାନ କରିବା ଲାଗି ଟୁଇଟ ମାଧ୍ୟମରେ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଜନତାଙ୍କୁ ଗୋଟିଏ ଭୋଟ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶ, ରାଜ୍ୟ,ସ୍ଥାନୀୟ ଅଞ୍ଚଳ ଓ ବ୍ୟକ୍ତିଗତ ଜୀବନର ଚଳଣୀକୁ ବଦଳାଇ ପାରେ।”

ରାଜ୍ୟରେ ସକାଳ ୭ଟାରୁ ୬ ବିଧାନସଭା ସହ ୪୨ ବିଧାନସଭା ଆସନ ଲାଗି ମତଦାନ ହେଉଛି। ଲୋକମାନେ ଶାନ୍ତିଶୃଙ୍ଖଳାର ସହ ନିଜର ମତଦାନ ସାବ୍ୟସ୍ଥ କରୁଛନ୍ତି।

Comment