ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏଥର ପ୍ରଥମଥର ଲାଗି ବିଜେଡି ସଭାପତି ୨ଟି ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି। ତେବେ ନବୀନ ପଟ୍ଟନାୟକ କେଉଁଠି ଭୋଟ ଦେବେ ତାହା ସମସ୍ତଙ୍କ ମନରେ ଏକ ପ୍ରଶ୍ନ।

ନବୀନ ପଟ୍ଟନାୟକ ତାଙ୍କ ଭୋଟ ଭୁବନେଶ୍ୱର ସ୍ଥିତ ଏରୋଡମ କଲୋନୀରେ ଥିବା ୟୁପି ସ୍କୁଲରେ ନିଜର ମତଦାନ ସାବ୍ୟସ୍ତ କରିବେ।

ନବୀନ ପଟ୍ଟନାୟକ ବୁଥ ନମ୍ବର ୧୧୨ରେ ୯.୧୫ରେ ପହଞ୍ଚିବେ। ସେଠାରେ ସେ ନିଜର ମତଦାନ ସାବ୍ୟସ୍ତ କରିବା ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଲାଗି ଭଦ୍ରକ, ଯାଜପୁର ଜିଲ୍ଲା ଗସ୍ତ କରିବେ।

ଏହିସବୁ ସ୍ଥାନରେ ସେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଗ ମାଗିବେ ବିଜେଡି ସଭାପତି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ହେଉଛି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଏପ୍ରିଲ ୨୯ରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ମେ ୨୩ରେ ବାହାରିବ ରେଜଲ୍ଟ।

Comment