ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା ସଭାରେ ନବୀନଙ୍କୁ ସିଧାସଳଖ ଟାର୍ଗେଟ କଲେ ମୋଦିା

ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର କରିବାକୁ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିା କେନ୍ଦ୍ରାପଡ଼ା ବାରୁଅ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ମୋଦିା

ଜୟ ଜଗନ୍ନାଥ, ଜୟ ବଳଦେବ ମହାପ୍ରଭୁ କହି ଆଜି ଉଦବୋଧନ ଆରମ୍ଭ କରିଥିଲେ ମୋଦିା

‘‘ମୁଁ ଭୋଟ ଦେଇ ଆସିଛିା ଭୋଟ ଦେବା ଏକ କର୍ତ୍ତବ୍ୟ ଓ ସୌଭାଗ୍ୟ’’, ମୋଦି ଜନତାଙ୍କୁ କହିଛନ୍ତିା

‘‘ଓଡ଼ିଶାରେ ଏଥର ନିର୍ବାଚନ ପ୍ରଚାରରେ ଆଜି ମୋର ଶେଷ ଦିନ। ଏହାପରେ ନୂଆ ସରକାର ଆସିଲେ ପୁଣି ଆସିବି। ଗତ ନିର୍ବାଚନରେ ଏ ଭଲପାଇବା ମତେ ମିଳିନଥିଲା, ଯାହା ଏଥର ମିଳୁଛି’’, କହିଛନ୍ତି ମୋଦି।

ମୋଦିଙ୍କର ପୂର୍ବ ଭାଷଣ ଓ ଆଜିର ଭାଷଣ ଭିତରେ ଫରକ ଦେଖାଯାଇଛିା କେନ୍ଦ୍ରାପଡ଼ା ସଭାରେ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତିା ଓଡ଼ିଶାରେ ବିଜେଡି ଯିବା ଓ ବିଜେପି ଆସିବା ସୁନିଶ୍ଚିତା ଏଭଳି ଦୃଢ଼ତା ବ୍ୟକ୍ତ କରିଛନ୍ତି ମୋଦିା

‘‘ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମୁଁ ନବୀନ ବାବୁଙ୍କ ସମାଲୋଚନ କରିନଥିଲିା ମୁଁ ମୋ ମର୍ଯ୍ୟାଦା ପାଳନ କରିଥିଲିା ଏତେ ବର୍ଷ ଓଡ଼ିଶାରେ କାମ କଲେଣି, ଭଲରେ ଭଲରେ ରାଜନୀତିରୁ ବିଦାୟ ନିଅନ୍ତୁ ବୋଲି ଭାବିଥିଲି। ହେଲେ ଗତ ୧୦/୧୨ ଦିନ ଭିତରେ ଯେମିତି ହିଂସା ଚାଲିଛି, ଆଉ ନୁହେଁ। ଓଡ଼ିଶାରେ ସରକାର ବଦଳିବା ଦରକାରା’’, ସଭାରେ ନବୀନଙ୍କୁ ସିଧାସଳଖ ଆକ୍ରମଣ କରି ଏକଥା କହିଛନ୍ତି ମୋଦିା ନବୀନ ସରକାରରର କିଛି ଅଫିସର ଆଖିରେ ପଟି ବାନ୍ଧି ବସିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ସୋ

ପ୍ରତିଥର ପରି ଏଥର ବି ବିକାଶର ଡବଲ ଇଂଜିନ କଥା କହିଥିଲେ ମୋଦିା ବିଜେଡି ଯେତେ ଚେଷ୍ଟା କଲେ ବି ଡବଲ ଇଂଜିନକୁ ରୋକି ପାରିବେନିା ଓଡ଼ିଶାବାସୀ ଏବେ ବିକାଶର ଡବଲ ଇଂଜିନ ଲଗାଇବାକୁ ଯାଉଛନ୍ତି ବୋଲି କହିଛନ୍ତି ମୋଦିା

ଓଡ଼ିଶାରେ ମଜବୁତ ସରକାର ପାଇଁ ବିଜେପିକୁ ଭୋଟ ଦିଅନ୍ତୁ ବୋଲି ରାଜ୍ୟବସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦିା ପିଏମ କିଷାନ ଯୋଜନା ପାଇଁ ଓଡ଼ିଶା ତାଲିକା ଦେଉନାହିଁ। ବିଜେପି ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବା ସେହିପରି ଗୋଟିଏ ବି ଗାଁ ଅନ୍ଧାରରେ ରହିବ ନାହିଁ ଏହା ଦଳର ସଂକଳ୍ପ କହିଛନ୍ତି ମୋଦିା

Comment