ଓଡ଼ିଶାଲାଇଭ୍ ବ୍ୟୁରୋ

ଡାଇବେଟିସ୍‌ ବା ମଧୁମେହ ରୋଗ ବର୍ତ୍ତମାନ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖା ଦେଇଛି। ଏକ ଆକଳନ ଅନୁଯାୟୀ  ଭାରତରେ ପ୍ରାୟ ୮୦ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ। କର୍ମଜୀବୀ ବ୍ୟକ୍ତିମାନଙ୍କ ପ୍ରତି ମଧୁମେହ ଗୋଟେ ବଡ଼ ଚ୍ୟାଲେଞ୍ଜ। ମଧୁମେହ ହୋଇଥିଲେ କିଛିଟା ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

ମଧୁମେହ ଥିଲେ ଘର ସହିତ ଅଫିସରେ ମଧ୍ୟ ନିଜର ଯତ୍ନନେବା ଖୁବ୍ ଜରୁରୀ ହୋଇଥାଏ।। କାରଣ ସବୁସ୍ଥାନରେ ଠିକ୍ ରୁଟିନ୍ ପାଳନ କଲେ ଆପଣ ସୁସ୍ଥ ରହିପାରିବେ।

ଅଫିସରେ ନିଜର ସମସ୍ୟା ସଂପର୍କରେ ଅତି କମରେ ଜଣେ ସହକର୍ମୀଙ୍କୁ ଜଣାଇ ଦିଅନ୍ତୁ। ଯାହାଦ୍ୱାରା କି କିଛି ଅସୁବିଧା ସମୟରେ ସେ ଆପଣଙ୍କୁ ସାହାଯ୍ୟ କରିପାରିବେ। ବିଶେଷ କରି ସୁଗାର କମ୍ ହୋଇଯିବା ସମୟରେ ଆପଣ ତାଙ୍କଠାରୁ କିଛି ସହାୟତା ପାଇପାରିବେ।

କାମ କରିବା ସମୟରେ ମଝିରେ ମଝିରେ ଟିକେ ବ୍ରେକ୍ ନିଅନ୍ତୁ। ପ୍ରତି ୩୦ ମିନିଟରେ ଉଠି ଚାଲିବା ପାଇଁ ଟାଇମର ସେଟ୍ କରିନିଅନ୍ତୁ। ଶିଡ଼ିରେ ଉପର ତଳ ମଧ୍ୟ ହୋଇପାରିବେ। ଯଦି ଅଫିସର ବସି ରହି କାର୍ଯ୍ୟ କରୁଛନ୍ତି, ମଝିରେ ମଝିରେ ଚାଲ ବୁଲା କରନ୍ତୁ।

ଅଫିସରେ ପାର୍ଟି ବା ସେଲିବ୍ରେସନ୍ ଥିଲେ ଅଳ୍ପ କିଛି ଆଇଟମ୍ ଚାଖି ନିଅନ୍ତୁ। ବିଶେଷକରି କେକ୍ ଓ ଥଣ୍ଡା ପାନୀୟକୁ ଏଡ଼ାଇ ଯାଆନ୍ତୁ।

ନିଜ ଡେସ୍କ ଉପରେ ସବୁବେଳେ ସ୍ୱାସ୍ଥ୍ୟକର ଜଳଖିଆ ରଖନ୍ତୁ। ଯେପରିକି ଭୋକ ଲାଗିବା ମାତ୍ରେ ଆପଣ ଏଣୁତେଣୁ ଖାଇବେ ନାହିଁ।

Comment