ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିବେ। ଏହି ଦିନ ସେ ଯାଜପୁର ଜିଲ୍ଲାର ସୁକିନ୍ଦା ଏବଂ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାଠାରେ ନିର୍ବାଚନୀ ପ୍ରଚାର କରିବେ।

ଶାହ ପ୍ରଥମେ ମୋରଡ଼ା ଯିବେ। ସାଢ଼େ ୧୧ଟାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ। ମୋରଡ଼ାରେ ଏଥର ବିଜେପି ପ୍ରାର୍ଥୀ ହୋଇଛନ୍ତି ପ୍ରବୀଣ ଭଞ୍ଜଦେଓ। ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ପ୍ରବୀଣ ଭଞ୍ଜଦେଓଙ୍କୁ ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ରାଜକିଶୋର ଦାସ। ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଗୋଟିଏ ଦଳରୁ ଆଉ ଗୋଟିଏ ଦଳକୁ ଯାଇ ରାଜକିଶୋର ଏବଂ ପ୍ରବୀଣ ପ୍ରାର୍ଥୀ ହୋଇଥିବାରୁ ମୋରଡ଼ା ଆସନ ପୂରା ଗରମ ରହିଛି। ଏହି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦୁଇ ଦଳର ହେବିଓ୍ୱେଟ ନେତାମାନେ ଲାଗି ପଡ଼ିଛନ୍ତି।

ଅପରାହ୍ଣ ୧ଟା୧୫ରେ ଶାହ ସୁକିନ୍ଦାରେ ହେବାକୁ ଥିବା ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ। ଏଠାରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ବଳ ସାମନ୍ତ। ପ୍ରଦୀପଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପ୍ରୀତିରଞ୍ଜନ ଘଡ଼ାଇ।

Comment