ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା (ୟୁଏସଏ) ଏବଂ ଓମାନ ଟିମ୍ ପୁଣି ଥରେ ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିବା ପାଇଁ ମାନ୍ୟତା ହାଲ କରିଛନ୍ତି। ଏହି ଦୁଇ ଟିମ୍ ଆଇସିସି ୱାର୍ଲ୍ଡ କ୍ରିକେଟ୍ ଲିଗ୍ ଡିଭିଜନ-୨ରେ ଭଲ ପ୍ରଦର୍ଶନ କରିଥିବାରୁ ମାନ୍ୟତା ହାସଲ କରିବାରେ ସଫଳ ହୋଇଛନ୍ତି। ଆଇସିସି ୱେବସାଇଟରେ ଏହି ସୂଚନା ଦିଆଯାଇଛି। ଦୀର୍ଘ ୧୫ ବର୍ଷ ପରେ ଦିନିକିଆ ମ୍ୟାଚ୍ ଖେଳିବ ଆମେରିକା।

ଏହା ପୂର୍ବରୁ ୨୦୦୪ରେ ଦିନିକିଆ ଖେଳିବାର ମାନ୍ୟତା ହାସଲ କରିଥିଲା। ସେତେବେଳେ ଆଇସିସି ଚମ୍ପିୟାନ୍ସ ଟ୍ରଫିରେ ଭାଗ ନେଇଥିଲା ଆମେରିକା।  ସେହିପରି ୱାର୍ଲ୍ଡ କ୍ରିକେଟ୍ ଲିଗ୍ ଡିଭିଜନ-୨ରେ ଓମାନ ଟିମ୍ ନାମ୍ବିଆକୁ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଓମାନ ତାର ସମସ୍ତ ଚାରିଟି ମ୍ୟାଚରୁ ଚାରିଟିରେ ବିଜୟୀ ହୋଇ ଏହି ମାନ୍ୟତା ହାସଲ କରିଛି। ହଙ୍ଗକଙ୍ଗ, କାନାଡା ଏବଂ ପାପୁଆ ନ୍ୟୁ ଗିନି ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି।

Comment