ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବାରଣାସୀ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ନରେନ୍ଦ୍ର ମୋଦି। କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରି ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ। ମୋଦି ଦ୍ୱିତୀୟ ଥର ପାଇଁ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି। ୨୦୧୪ରେ ମୋଦି ଦୁଇଟି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ଗୁଜରାଟର ଭଦୋଦରା ଏବଂ ଉତ୍ତରପ୍ରଦେଶର ବାରଣାସୀରୁ ମୋଦି ପ୍ରାର୍ଥୀ ହୋଇଥିଲେ। ଦୁଇଟି ଆସନରୁ ଜିତିବା ପରେ ମୋଦି ଭଦୋଦରା ଆସନକୁ ଛାଡ଼ି ବାରଣାସୀ ଆସନରୁ ପ୍ରତିନିଧିତ୍ୱ କରିଥିଲେ। ଏଥର ମୋଦି ପୁଣି ବାରଣାସୀରେ ପରୀକ୍ଷା ଦେବେ।

ମୋଦିଙ୍କ ବିପକ୍ଷରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଅଜୟ ରାୟ। ସେ ଗତ ଥର ବି ବାରଣାସୀରୁ ଲଢ଼ିଥିଲେ।

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୋଦି ଗୁରୁବାର ଦିନ କାଶୀରେ ବିଶାଳ ରୋଡ ସୋ’ କରିଥିଲେ। ୭ କିଲୋମିଟର ରୋଡ ସୋ’ କରି ମୋଦି ଶକ୍ତି ପ୍ରଦର୍ଶନ କରିଥିଲେ। ଏହାସହ ଗଙ୍ଗା ଆଳତୀ କରି ଗଙ୍ଗା ମାତାଙ୍କ ପୂଜାର୍ଚ୍ଚନା କରିଥିଲେ।

Comment